ଜାତୀୟ ଶିକ୍ଷା ନୀତି ୨୦୨୦ ସେମିନାର ଅନୁଷ୍ଠିତ
ମାଲକାନଗିରି : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଆବାହକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁଙ୍କ ଦିଗଦର୍ଶନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାତୀୟ ଶିକ୍ଷା ନୀତି-୨୦୨୦ କୁ ସଂକ୍ରାନ୍ତୀୟ ଏକ ସେମିନାର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଉକ୍ତ କର୍ମଶାଳାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ବାଣିଜ୍ୟବିଭାଗର ଛାତ୍ରୀ ଗଣ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ଅଧ୍ୟାପିକା ସୁଶ୍ରୀ ଆରତୀ ଲୁଗୁନ ସ୍ୱାଗତ ଅଭିଭାଷଣ ପ୍ରଦାନକରିଥିଲେ । ସେମିନାରର ଆବାହକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରି ଜାତୀୟ ଶିକ୍ଷା ନୀତି କିପରି ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନୂତନ ଜାତୀୟ ଶିକ୍ଷାନୀତିର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ନୂତନ ଶିକ୍ଷାନୀତିରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଛାତ୍ରଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମିନାରର ମୁଖ୍ୟ ବକ୍ତା ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷାବିତ ରବୀନ୍ଦ୍ର କୁମାର ମହାରଣା ଜାତୀୟ ଶିକ୍ଷା ନୀତି-୨୦୨୦ ର ପୃଷ୍ଠଭୂମି,ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ, ନୀତି, ସଂସ୍କାର, ବିଦ୍ୟାଳୟ ଶିକ୍ଷା, ଉଚ୍ଚଶିକ୍ଷାରେ ଅଣାଯାଇ ଥିବା ନୂତନ ପରିବର୍ତନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗୀ ଓ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିକ୍ରମ ଦେବ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପିକା ମେଘା ଅଗ୍ରୱାଲ ସେମିନାରକୁ ସୁନ୍ଦରଭାବେ ସଂଯୋଜନା କରିଥିଲେ । ଅଧ୍ୟାପିକ ଦୀପ୍ତି ରେଖା ମିଶ୍ର, ଆରତୀ ଲୁଗୁନ ସେମିନାରରେ ଅଂଶ ଗ୍ରହଣ କରିବା ସହ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ଯୁକ୍ତ ତିନି ବାଣିଜ୍ୟ ବିଭାଗ, ସମ୍ମାନର ୧୧ ଜଣ ଛାତ୍ରଛାତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ପ୍ରସ୍ତୁତ ସାରଗର୍ଭକ ସନ୍ଦର୍ଭ ପାଠ କରିଥିଲେ । ବାଣିଜ୍ୟ ବିଭାଗର ୬ ଜଣ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ନୂତନଭାବେ ନାମ ଲେଖାଇ ଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ତରଫରୁ କଲମ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ବାଣିଜ୍ୟ ଅଧ୍ୟାପକ ବି.ଜି.ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଏହାର ଉଚ୍ଚ ପ୍ରସଂଶା କରିଥିଲେ ।
