ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସରକାରୀ ବସ ଚଳାଚଳ ବନ୍ଦ
ମାଲକାନଗିରି : ଆଜି ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ସେମିତି କିଛି ପଡ଼ିନାହିଁ । ଜିଲ୍ଲାର ବିଭିନ୍ନ ଅଂଚଳରେ ଦୋକାନ ବଜାର ଖୋଲା ରହିଛି । ଯାନବାହନ ଘରୋଇ ବସ୍ ସ୍ୱାଭାବିକ ଭାବରେ ଚଳାଚଳ କରୁଥିବା ବେଳେ କେବଳ ମାଓବାଦୀଙ୍କ ଭୟରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ଗୁଡିକ ବନ୍ଦ ରହିଛି । ଆଜିଠାରୁ ସରକାରୀ ବସ ବନ୍ଦ ହୋଇଯାଇ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ମାଓପ୍ରବଣ ଅଂଚଳକୁ ଘରୋଇ ବସ୍ ଓ ଯାନବାହନ ଚଳାଚଳ କରୁଥିବା ବେଳେ ସରକାରୀ ବସ୍ ଗୁଡିକୁ କେଉଁ ଉଦ୍ଦେଶ୍ୟରେ ବନ୍ଦ କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
