ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଡିଲା ପୁରୁଷ ବନ୍ଧ୍ୟା କରଣ ସଚେତନା ରଥ
କେନ୍ଦୁଝର : ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶିବ ଚରଣ ବାଗଙ୍କ ନିର୍ଦେଶ ତଥା ପ୍ରତ୍ୟକ୍ଷ ତତ୍ୱାବଧନାରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ପୁରୁଷ ବନ୍ଧ୍ୟା କରଣ ପକ୍ଷ ଉପଲକ୍ଷେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । କ୍ରମବର୍ଦ୍ଧିଷ୍ଣ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା ଗର୍ଭ ବିରୋଧକ ପଦ୍ଧତି ହୀତାଧିକାରୀଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ସମ୍ବଦ୍ଧିତ ଏହି ରଥ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନା କରିବା ଏହାର ପ୍ରଧାନ ଉର୍ଦେଶ୍ୟ ରହିଛି । ଏଥିସହ ଗର୍ଭନିରୋଧର ସହଜ ଓ ସୁରକ୍ଷିତ ଉପାୟ ମାନ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ଡା. ବାଗ ପୁରୁଷ ବନ୍ଧ୍ୟା କରଣ ପକ୍ଷ ୨୧ନଭେମ୍ବରରୁ ୪ଡିସେମ୍ବର ପାଳନ କରୁଥିବା ସଂମ୍ପର୍କରେ ଆଲୋଚନା କରିବା ସହିତ ପୁରୁଷ ମାନଙ୍କ ପାଇଁ ଏନ୍.ଏସ୍. ଭି ଏକ ସହଜ ଫଳପ୍ରଦ ସୁକ୍ଷିତ ତଥା ସ୍ଥାୟୀ ନିୟନ୍ତ୍ରଣ ପଦ୍ଧତି । ଏଥିପାଇଁ କଟାକଟି ବା ସିଲେଇ ଆବଶ୍ୟକତା ନାହିଁ । ତେବେ ଏହା ଦ୍ୱାରା ଶରୀର ର ଶକ୍ତି, ପୁରୁଷତ୍ୱ,କିମ୍ବା ଯୈାନସୁଖ ହ୍ରାସ ହୁଏନାହିଁ ବୋଲି କୁହାଯାଇଥିଲା । ପୁରୁଷ ବନ୍ଧ୍ୟା କରଣ କରାଇବା ହୀତାଧିକାରୀଙ୍କ ପାଇଁ ୨ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । କାର୍ଯ୍ୟକ୍ରମରେ ଡା. ଅମ୍ରିତ କୁମାର ଦତ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ସେଠୀ, ଏ ସ ଏ ଅମ୍ଲାନ କିଶୋର ପରିଡା, ଏଲଟି ପ୍ରମୋଦ କୁମାର ସାହୁ, କାର୍ଯ୍ୟକ୍ରମ ପରିଚାଳିକା ଭୂବନେଶ୍ୱରୀ କର, ତଥ୍ୟ ପରିଚାଳିକା ସୋନାଲିନ ମୁଦୁଲି, କିରାଣୀ ଅଶୋକ କୁମାର ନାଏକ, ବ୍ଲକ ନୋଡାଲ ଲେପ୍ରସି ୱାର୍କର ଚିକନ କୁମାର ସାହୁ, କର୍ମଚାରୀ ଜଗବନ୍ଧୁ ବେହେରା, ନିରଂଜନ ଜେନା, ତ୍ରିଲୋଚନ ନାଏକ, ରାମକୃଷ୍ଣ ସଡଙ୍ଗୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
