ଇନର ହୁଇଲର କ୍ଲବ ପାଳନ କଲା ଜାତୀୟ ଅଙ୍ଗ ଦାନ ଦିବସ
କେନ୍ଦୁଝର : କେନ୍ଦୁଝର ସହର ର ଜିଲ୍ଲାପାଳ କାର୍ଯ୍ୟଳୟ ସମୁଖରୁ ଇନ୍ନର ହୁଇଲର କ୍ଲବ କେନ୍ଦୁଝର ର ସଦସ୍ୟ ମାନଙ୍କ ଦ୍ୱାରା ଅଙ୍ଗ ଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଳବ ର ସଭାପତି ସରିତା ପାତ୍ର, ଉପ ସଭାପତି ରିତା କାପୁରଙ୍କ ନେତୃତ୍ୱ ରେ ରାଷ୍ଟ୍ରୀୟ ଅଙ୍ଗ ଦାନ ଦିବସ ଉପଲକ୍ଷେ ସଚେତନତା ରଥ କରି ସହର ପରିକ୍ରମା କରିବା ସହିତ ସାଧାରଣ ଲୋକଙ୍କୁ ଅଙ୍ଗଦାନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏକା ସାଙ୍ଗରେ ୭୪ ଟି କ୍ଳବ ଏହି କାର୍ଯ୍ୟକ୍ରମ କୂ ହାତକୁ ନେଇଥିଲେ, ଏବଂ କେନ୍ଦୁଝର ଶାଖା ମଧ୍ୟ ଏଥିରେ ସାମିଲି ହୋଇଥିଲା, ସମ୍ପାଦିକା ନିଲମସାହୁ ଏବଂ ମିନତୀ ମହାପାତ୍ର,ସଦସ୍ୟା ସସ୍ମିତା ପ୍ରଧାନ ସୋନାଲି ସିଂହ , ରାଜଲଷ୍ମୀ ସ୍ୱାଇଁ, ସର୍ବାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
