ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୯୩ ହଜାର ଟଙ୍କା ଜୋରିମାନା ଆଦାୟ
ମୟୁରଭଞ୍ଜ : ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୯୩ ହଜାର ଟଙ୍କା ଜୋରିମାନାଆଦାୟ କରବା ସହିତ ୫ ଜଣଙ୍କ ଡିଏଲ କ୍ୟାନସେଲ କରିଛି । ଜିଲ୍ଲାରେ ୫ ଜଣଙ୍କ ନାମରେ ୫ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି । ସମୁଦାୟ ଜିଲ୍ଲାରେ ୮ ଜଣ ମଦ ପାନ କରି ଗାଡି ଚଲାଉ ଥିବା ଅପରାଧରେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଛନ୍ତି ।
