ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ
ବାରିପଦା : ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଫିରୋଜ କୁମାର ପାଢୀ ସଭାପତିତ୍ୱ କରି ଜାତୀୟ ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ ଭାରତୀୟ ସମ୍ବିଧାନ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ହେବା ସହ ନିଜର ସ୍ୱତନ୍ତ୍ରତା ନିମନ୍ତେ ସମଗ୍ର ବିଶ୍ୱରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଇଂରାଜୀ ଅଧ୍ୟାପିକ ଡଃ ସାଗରିକା ସିଂହ, ରାଜନୀତି ବିଜ୍ଞାନ ଅଧ୍ୟାପକ କୁମାରେଶ ନାୟକ ଭାରତୀୟ ସମ୍ବିଧାନ ପ୍ରଣୟନର ଇତିହାସ ସମ୍ପର୍କରେ ଆଲୋକପାତ କରିବା ସହ ଭାରତୀୟ ସମ୍ବିଧାନର ବିଶେଷତା ଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ । ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଟି ପାଠ କରିବା ସହ ଭାରତୀୟ ସମ୍ବିଧାନକୁ ମାନି ଚଳିବାକୁ ଶପଥ ନେଇଥିଲେ । ଅଧ୍ୟାପିକା ଡଃ ସାଗରିକା ସିଂହ ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ସ୍ୱଦେଶ ବାନାର୍ଜୀ ସହଯୋଗ କରିଥିଲେ ।
