ମୟୁରଭଂଜ ମହୋତ୍ସବରେ ଆଶିଷ ପୁରସ୍କୃତ
ବାରିପଦା : ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ ମ ଶ୍ରେଣୀର ଛାତ୍ର ଆଶିଷ ବିଶ୍ୱାଳ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ଓ ଏହି ପ୍ରତିଯୋଗିତାରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ଗତ କାଲି ସନ୍ଧ୍ୟାରେ ମହୋତ୍ସବର ଉଦଯାପନୀ ଦିବସରେ ଅତିଥିଙ୍କ ହାତରୁ ଟ୍ରଫି, ପ୍ରମାଣ ପତ୍ର ଓ ଚାରି ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ ଓ ଜଗଦ୍ଧାତ୍ରୀ ମେଳାରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସୁନାମ ଆଣିଥିଲେ ଓ ଏକଦା ଦ୍ୱିତୀୟ ଶ୍ରେଣୀରେ ପାଠ ଛାଡିଦେଇଥିବା ଆଶିଷକୁ ସାମାଜିକ କର୍ମୀ ଲିପି ଦିଦି ଜୁଆଳିଆ ବିଦ୍ୟାଳୟରେ ଥିବା ହଷ୍ଟେଲରେ ରଖି ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇଥିଲେ ଓ ତାପରେ ସେ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲକୁ ସ୍ଥାନାନ୍ତରିତ କରିଥିଲେ ଓ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାରାଣ୍ଡିଙ୍କ ଠାରୁ ତାଲିମ ପାଇ ରାଜ୍ୟ ଏବଂ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇପାରିଛନ୍ତି ଓ ଜଣକୁ ଦେଖି ଅବିକଳ ସ୍କେଚ ଆର୍ଟ କରିବା ସହ ସେ ମାଟିରେ ମଧ୍ୟ ସୁନ୍ଦର ସୁନ୍ଦର ମୂର୍ତି ମଧ୍ୟ ତିଆରି କରି ପାରନ୍ତି ଓ ତେବେ ଏଭଳି ପ୍ରତିଭାବାନ କୁନି କଳାକାର ଆଗକୁ ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ଆଗାମୀ ଭବିଷ୍ୟତରେ ଜଣେ ଉଚ୍ଚ କୋଟିର ଚିତ୍ର ଓ ମୃତିକା ଶିଳ୍ପୀ ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଆଶା ପୋଷଣ କରିଛନ୍ତି I
