ଫାର୍ମାସିଷ୍ଟ କ୍ୟାଡର ପୁନର୍ଗଠନ ନହେଲେ ଆନ୍ଦୋଳନ
ବାରିପଦା : ଓଡିଶା ଫାର୍ମାସିଷ୍ଟ ସେବାସଂଘ ମୟୂରଭଂଜ ଜିଲ୍ଲା ଶାଖା ତରଫରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମିଳନୀ କକ୍ଷରେ ୬୧ତମ ଜାତୀୟ ଫାର୍ମାସିଷ୍ଟ ସପ୍ତାହ ପାଳିତ ହୋଇଯାଇଛି । ମୟୁରଭଂଜ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ମାନିକଲାଲ ଘୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜି.ଡି.ଏମ. ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ସମ୍ମାନୀୟ ଅତିଥୀ ଭାବେ ରାଜ୍ୟ ସଭାପତି ଚିନ୍ମୟ ସିହ୍ନା , ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେଶ ମହାପାତ୍ର ଯୋଗଦେଇ ଚଳିତ ବର୍ଷର ଥିମ ଇଣ୍ଡିଆ ଫାର୍ମାସୀ ଅଫ ଦି ୱାଲର୍ଡ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଚିନ୍ମୟ ସିହ୍ନାଙ୍କ ସଭାପତିତ୍ୱରରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଉପସଭାପତି ଗଣେଶ ଚନ୍ଦ୍ର ବସା , ଜିଲ୍ଲା ସମ୍ପାଦକ ତୁଷାର କାନ୍ତ ବେହେରା ପ୍ରମୁଖ ଯୋଗଦେଇ ଫାର୍ମାସିଷ୍ଟ ମାନଙ୍କ କ୍ୟାଡର ପୁନଃ ଗଠନ କରାଯାଇ ମୂଳ ଦରମା ବୃଦ୍ଧି ଏବଂ ଗ୍ରେଡପେ ୨୪୦୦ ରୁ ୨୮୦୦କୁ ବୃଦ୍ଧି, ଫାର୍ମାସିଷ୍ଟଙ୍କ ପଦବୀ ବଦଳରେ ଫାର୍ମାସୀ ଅଫିସର ନାମକରଣ କରାଯିବା, ତା ୨୦.୦୪.୨୨ ରେ କରାଯାଇଥିବା ଦରମା ପୁନଃ ଗଠନକୁ ତା୦୧.୦୧.୨୦୧୬ ପରିବର୍ତେ ତା ୨୪.୦୮.୨୦୧୩ରୁ ଲାଗୁ କରାଯିବା, ଆର.ବି.ଏସ.କେ, ଏମ. ଏଚ. ୟୁ.ରେ ଠିକାରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ ମାନଙ୍କୁ ତୁରନ୍ତ ନିୟମିତ କରିବା, ପାରା ମେଡିକାଲ କର୍ମଚାରୀ ମାନେ ଯୁଗ୍ମ ନିର୍ଦ୍ଦେଶକ ପର୍ଯ୍ୟନ୍ତ ପଦୋନ୍ନତି ପାଉ ଥିବା ବେଳେ, ରାଜ୍ୟରେ ଫାର୍ମାସିଷ୍ଟ ମାନେ ୪୦ ବର୍ଷ ପାଖାପାଖି କାର୍ଯ୍ୟ କରିଥିଲେ ମଧ୍ୟ ପଦୋନ୍ନତି ପାଇ ପାରୁ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ଫାର୍ମାସିଷ୍ଟ କ୍ୟାଡର ପୁନର୍ଗଠନ ନହେଲେ କାର୍ଯ୍ୟବନ୍ଦ କରାଯିବା ସହିତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି । ଶେଷରେ କୋଷାଧ୍ୟକ୍ଷ ଶୁଶାନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ବୈଠକରେ ଜିଲ୍ଲାର ଅନ୍ୟ କର୍ମକର୍ତା ରୀତାଂଜଳୀ ନାୟକ, ଅଜିତ ବେହେରା, ସାଗର ପଟ୍ଟନାୟକ, ପ୍ରଣ୍ୟୟ ଜେନା, ଅବନି ମଣ୍ଡଳ, ରୁପନାରାୟଣ ପ୍ରତିହାରୀ, ତପନ କଲିଆ, ରୁପେନ୍ଦ୍ର କୁମାର ସିଂ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
