ୟୁନିୟନ ବ୍ୟାଙ୍କର ଲୋକପାଳ ସଚେତନତା ଶିବିର
କଟକ : ଭାରତୀୟ ରିଜର୍ଭ ବ୍ୟାଙ୍କର ଦେଶବ୍ୟାପୀ ଲୋକପାଳ ଶିବିର ଆୟୋଜନ ଅବସରରେ ଜିଲ୍ଲାସ୍ତରୀୟ ଶିବିର କଟକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାଙ୍କ କର୍ମଚାରୀ, ଗ୍ରାହକ, ଏସଏଚଜିର ସଦସ୍ୟାମାନେ ଯୋଗଦେଇଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳ ବିଷ୍ଣୁପ୍ରସାଦ ଦାସ, ୟୁନିୟନ ବ୍ୟାଙ୍କର କ୍ଷେତ୍ର ଅଧିକାରୀ ତୁଷାରକାନ୍ତ କର, ଏସବିଆଇ କ୍ଷେତ୍ର ଅଧିକାରୀ ପ୍ରଣତୀ ଶତପଥୀ, ଏସଏଲବିସି ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡା, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ରାଜେଶ କୁମାର ବେହେରା, ଓଜିବି କ୍ଷେତ୍ର ଅଧିକାରୀ ଯତିନ୍ଦ୍ରନାଥ ଷଡଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସଚେତନତା ଶିବିରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଲୋକପାଳ ଯୋଜନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଉପସ୍ଥିତ ସଦସ୍ୟମାନଙ୍କର ବିଭିନ୍ନ ଅଭିଯୋଗ ବିଷୟରେ ମାନ୍ୟବର ଲୋକପାଳ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ୟୁନିୟନ ବ୍ୟାଙ୍କ ପକ୍ଷରୁ ମହାପ୍ରବନ୍ଧକ ପ୍ରିୟମ୍ବଦା ମିଶ୍ର, ଶାଖା ପ୍ରବନ୍ଧକ, କର୍ମୀ ଓ ଲିଡ ବ୍ୟାଙ୍କର ଆଲୋକେଶ ମହାପାତ୍ର ପ୍ରମୁୁଖ ନିର୍ବାହ କରିଥିଲେ ।
