ଟାଟା ପାୱାର ବିରୋଧରେ ଚାଷୀ ମେଳି- ୭ଦଫା ଦାବିରେ କୃଷକ ଓ ସଂଗ୍ରାମ ମଞ୍ଚ ଘେରିଲେ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ
ଜଳେଶ୍ୱର : ସରକାର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଇବା ଉଦ୍ଦେଶ୍ୟରେ କେତେକ ସୁଧାର ଆଣିଥିଲେ । ଫଳ ସ୍ୱରୂପ କେତେକ ଘରୋଇ କମ୍ପାନୀକୁ ଏହାର ବିତରଣ ଲାଗି ସୁଯୋଗ ଦେଇଥିଲେ । ସରକାରଙ୍କ ଅଂଶ ଓ ଘରୋଇ କମ୍ପାନୀର ଅଂଶର ମିଳିତ ସହଭାଗିତାରେ ଏପରି କାର୍ଯ୍ୟ ଚାଲୁଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ଟାଟା ପାୱାର (ଟିପିଏନ୍ଓଡିଏଲ)ଏହାର ବିତରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରି ଆସୁଛି । ଅଧିକ ବିଲ ଲାଗୁ ଥିବାରୁ ଏବେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି ।ଖରିଫ ଋତୁ ଚାଷ ଶେଷ ହେବାକୁ ଯାଉଥିବା ବେଳେ ରବିଋତୁ ଚାଷ ଆରମ୍ଭ ହୋଇ ନାହିଁ । ଏତିକି ବେଳେ ଟାଟା ପାୱାର ଏ ଅଂଚଳରେ ଥିବା ସେଲୋ, ମିନିଡିଫଟିୱେଲ ଗୁଡିକରେ ମିଟର ବସାଇବାକୁ ଚାପ ପ୍ରୟୋଗ କରୁଛି । ପ୍ରକାଶଯୋଗ୍ୟ ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଅଂଚଳରେ ସର୍ବାଧିକ ରବି ଚାଷ ଉତ୍ପନ୍ନ ହୋଇଥାଏ । ଏହି ଚାଷ ପାଇ ବହୁ ସେଲୋ, ମିନିଡିଫଟିୱେଲ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଟାଟା ପାୱାରର ଶୋଷଣ ନିତି ଚାଷୀଙ୍କୁ ମେଳି କରିବାକୁ ଖୋରାକ ଯୋଗାଇଛି । ଏହା ବିରୋଧରେ ଗତ ବୁଧବାର ବର୍ତ୍ତନା ପଂଚାୟତରେ ଏକ ଚାଷୀ ମେଳି ଅନୁଷ୍ଠିତ ହୋଇ ଯାଇଛି । ବର୍ତ୍ତନା ସରପଂଚଙ୍କ ପ୍ରତିନିଧି ପଦ୍ମଲୋଚନ ବେହେରାଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତେଣୁ ଆଜି ତେଣୁ ଆଜି ଚାଷୀମାନେ ଜଳେଶ୍ୱରସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ରଜନୀକାନ୍ତ ଜେନାଙ୍କ ସଭାପତିତ୍ୱରେ କୃଷକ ନେତା ସୁଦାମ ପାତ୍ର, ରିଆଜ ଖାଁ, ଗୋତିକୃଷ୍ଣ ଦଳେଇ, ବିଜୟ ପାଳ, ରଘୁ ରାଜ, ରବିନ୍ଦ୍ର ଜେନା, ସୁଦର୍ଶନ ଜେନା, ରବିନ୍ଦ୍ର ବେହେରା, ଅନନ୍ତ ରାଉଳ, ରାଜେନ୍ଦ୍ର ଦାସ, ବାଙ୍ଗରା ମହାନ୍ତି, ଅଜିତ୍ ସେଠୀ ପ୍ରମୁଖ ବହୁ ଚାଷୀ ଆସି ଏପରି ଶୋଷଣ ନିତୀ ବିରୋଧରେ ବକ୍ତବ୍ୟ ରଖିଥିଲେ । ୭ଦଫା ଦାବି ନେଇ ଚାଷୀମାନେ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଟାଟା ପାୱାର ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସେଲୋ, ମିନିଡିଫଟିୱେଲ ଗୁଡିକରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ନ କରିବା ଏବଂ ବିଛିନ୍ନ କରାଯାଇଥିବା ପଏଣ୍ଟ କୁ ପୁନଃ ବିଦ୍ୟୁତ୍ ସଂଯୋଗ କରିବା, ପୂର୍ବଭଳି ବିଦ୍ୟୁତ୍ ବିଲ ଲାଗିବା, ତ୍ରୁଟିପୂର୍ଣ୍ଣ ବିଲର ସଂଶୋଧନ କରିବା, ସୌଭାଗ୍ୟ ଯୋଜନାରେ ବିପିଏଲ୍ ବର୍ଗର ହିତାଧିକାରୀଙ୍କ ବିଲ ସଂଶୋଧନ କରିବା, ବସୁନ୍ଧର ଯୋଜନାରେ ମାତ୍ରାଧିକ ବିଲ୍ର ସଂଶୋଧନ, ପୂର୍ବଭଳି ଘରୋଇ ଭାବେ ବିଦ୍ୟୁତ୍ର ବିଲ ପ୍ରଦାନ କରିବା ଇତ୍ୟାଦି ସଂପର୍କରେ କୃଷକ ଓ ଚାଷୀ ସଂଗ୍ରାମ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଶକ୍ତିବିଭାଗର ପ୍ରମୁଖ ଶାସନ ସଚିବ, ଟାଟା ପାୱାର ପରିଚାଳନା ନିର୍ଦ୍ଦେଶକ, ବାଲେଶ୍ୱର ଜିଲାପାଳ, ଜଳେଶ୍ୱର ତହସିଲଦାର, ବିଡିଓ, ଏସ୍ଡିପିଓ ଓ ଆଇଆଇସିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।
