ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ବାଇକ, ୨ ଯୁବକ ଗୁରୁତର
ନୀଳଗିରି : ଦ୍ରୁତଗତିରେ ଏକ ବାଇକରେ ୨ ଜଣ ଯୁବକ କପ୍ତିପଦାରୁ ନୀଳଗିରି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୩୦ଫୁଟ ପୋଲ ତଳକୁ ଖସିପଡ଼ିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବରହମପୁର ମେଡିକାଲକୁ ପଠାଇ ଦିଆଯାଇଥିଲା । ସୂଚନା ଅନୁଯାଇ ସଦରଥାନା ଅଧୀନ ସାରଗାଁ ଅଂଚଳର ୨ ଜଣ ଯୁବକ କପ୍ତିପଦା ଅଂଚଳରୁ ନୀଳଗିରି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳ ଭାରସାମ୍ୟ ହରାଇ ଗୋହିରା ଛକ ନିକଟସ୍ଥ କମଳା ପୋଲ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ବରହମପୁର ପୋଲିସ ପହଂଚିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବରହମପୁର ମେଡିକାଲକୁ ପଠାଇଥିଲେ । ଅବସ୍ଥା ଗୁରୁତର ହେବାରୁ ନୀଳଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଶୁଣିବାକୁ ମିଳିଛି ।
