ମନ୍ଦରଧର ମହାଳିକ ହେଲେ ନୀଳଗିରି ଉପ-ଜିଲାପାଳ
ନୀଳଗିରି : ନୀଳଗିରି ଉପଖଣ୍ଡରେ ଉପ-ଜିଲାପାଳ ଭାବେ କେନ୍ଦ୍ରାପଡ଼ା ଡିଆର୍ଡିଏର ଆଡ଼ିସନାଲ ପିଡି (ପ୍ରଶାସନିକ) ମନ୍ଦରଧର ମହାଳିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ପଦାଧିକାରୀ ଓ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଛନ୍ତି ।
ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ପ୍ରତିଟି ବ୍ୟକ୍ତି ବିଶେଷ କିପରି ସମସ୍ତ ସୁବିଧା ସୂଯୋଗ ପାଇବେ ସେ ବିଷୟରେ ଗୁରୁତ୍ୱାରୋପ କରିବେ ବୋଲି କହିଛନ୍ତି ଉପଜିଲାପାଳ ଶ୍ରୀ ମହାଳିକ । ଏଠାରେ ପୂର୍ବରୁ ଥିବା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଖୋର୍ଦ୍ଧା ଉପଜିଲାପାଳ ଭାବେ ବଦଳି ପରେ ଉକ୍ତ ପଦବୀ ରେ ନୂତନ ଜିଲାପାଳ ଦାୟିତ୍ୱ ନେଇଛନ୍ତି । ଲୋକମାନଙ୍କର ମୌଳିକ ଅଧିକାର ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।
