ନୀଳଗିରିରୁ ୨୪୨ ଗ୍ରାମର ବ୍ରାଉନ୍ସୁଗାର ଜବଦ, ଜଣେ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି । ମାତ୍ର ୩ ଦିନ ନହେଉଣୁ ୨୪ଲକ୍ଷ ୨୦ହଜାର ଟଙ୍କାର ଧଳା ଜହର ଜବଦ ସହ ସହ ଜଣେ ଗିରଫ । ଗୁରୁବାର ପୁଣି ଥରେ ନୀଳଗିରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର ଜବତକୁ ନେଇ ‘ଧଳା ଜହରର ହବ ପାଲଟିଛି ନୀଳଗିରି’ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଲାଣି ।
ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ସରକାରୀ ବିଦେଶୀ ଠିପି ବନ୍ଦ ମଦ କାଉଣ୍ଟର ନିକଟ ଏକ ଦୋକାନରେ ଧଳା ଜହର କାରବାର ହେଉଥିବାର ନୀଳଗିରି ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପାଇଥିଲେ । ଜିଲା ମୋବାଇଲ୍ ସ୍କାଡ୍ ଅଧିକାରୀ ଗାଲୁରାମ ସୋରେନଙ୍କ ନେତୃତ୍ୱରେ ନୀଳଗିରି ଅବକାରୀ ବିଭାଗ ମିଳିତ ଅତର୍କିତ ଭାବେ ଚଢ଼ାଉ କରି ଘଟଣା ସ୍ଥଳରୁ ୨୪୨ ଗ୍ରାମର ଧଳା ଜହର ସହ ଯୋକଗଡ଼ିଆ ଗ୍ରାମର ପର୍ଶୁରାମ ପାଣିଗ୍ରାହୀ (୬୫)ଙ୍କ ଗିରଫ କରିଥିଲେ । ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୨୪ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସୂଚନା ଯେ, ଗତ ୩ ଦିନ ପୂର୍ବରୁ ଜିଲା ଅବକାରୀ ବିଭାଗ ପକ୍ଷରୁ ନୀଳଗିରିର ଓଲଡ଼ଙ୍ଗ ଠାରେ ଚଢ଼ାଉ କରି ୧୩୫ ଗ୍ରାମ ଧଳା ଜହର ଜବତ ସହ ଜଣେ ମହିଳାଙ୍କୁ ଗିରଫ କରିଥିଲେ ।
