ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୩ ନିମନ୍ତେ ସମୀକ୍ଷା ବୈଠକ
ଯାଜପୁର : ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତରୋଲ ଅବଜରଭର ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଏ.ଇ.ଆର.ଓ. ରୂପେ ଅବସ୍ଥାପିତ ସମସ୍ତ (ବିଡିଓ ଏବଂ ତହସିଲଦାର), ସିଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମାନଙ୍କୁ ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍.ଏସ୍.ଆର.) ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଦୁଃଖବନ୍ଧୁ ନାୟକ ଏବଂ ଉପ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଗୋପୀନାଥ କୁଅଁର, ଉପସ୍ଥିତ ଥିଲେ । ବୈଠକରେ ଯୁବଭୋଟରମାନଙ୍କୁ ପଞ୍ଜିକରଣକରିବା ପାଇଁବିଶେଷଭାବେ ଆଲୋଚନାକରାଯାଇଥିଲା । ଆସନ୍ତା ୧୦ ଦିନ ଧରି ଜିଲ୍ଲାରେ ଅବସ୍ଥିତ ଜୁନିୟର କଲେଜ ମାନଙ୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ ଯୁବବର୍ଗର ଭୋଟରମାନଙ୍କୁ ପଞ୍ଜିକୃତ କରିବାକୁ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ନଭେମ୍ୱର ୧୯ ତାରିଖରେ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯିବ । ଏହି ବୈଠକରେ ଭୋଟର ସହିତ ଆଧାର ସଂଯୋଗୀ କରଣଏବଂ ଅନ୍ଲାଇନ ପଞ୍ଜିକରଣ କୁଗୁରୁତ୍ୱ ଦେବାସହ ଏହା କୁଶତ ପ୍ରତିଶତ ସପଂଳ କରିବା ପାଇଁ ଅତିରିକ୍ତ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେବାସହ ଗରୁଡ ଆପ୍ ଆପ୍ଳିକେସନ ମାଧ୍ୟମରେ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।
