ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ
ଯାଜପୁର : ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମଳିତ ଆନୁକୁଲ୍ୟରେ ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଚ୍ଥି । ଭାରପ୍ରାପ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବିଧାୟକ ବଡଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଯୋଗଦେଇ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବାସହ କହିଲେ ଯେ, ଜନମଙ୍ଗଳ ରାଷ୍ଟ୍ରରେ ଉପଭୋକ୍ତାମାନଙ୍କର ଜାଣିବା ଜନ୍ମଗତ ଅଧିକାର । ସେବା ବଦଳରେ ଲାଭଖୋର ମନୋବୃତ୍ତିଯୋଗୁ ଖାଉଟି ଅସୁବିଧାରେ ପଡିଥାନ୍ତି । ଦ୍ରବ୍ୟର ଗୁଣବତ୍ତା ଉପରେ ଉପଭୋକ୍ତା ଜାଣିବା ଦରକାର, ମାତ୍ର ଉପଭୋକ୍ତାମାନଙ୍କର ସେତିକି ସାମର୍ଥ୍ୟ ନାହିଁବୋଲି ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଉଚ୍ଥନ୍ତି । ଏଣୁ ବ୍ୟବସ୍ଥା ଏପରି ମଜବୁତ ହେବା ଦରକାର, ଯାହା ପଂଳରେ ଉପଭୋକ୍ତାମାନେ ଚଳଚଞ୍ଚଳ ହେବାସହ ଦ୍ରବ୍ୟର ଗୁଣବତ୍ତା, ପରିମାଣ ଏବଂ ବିସଙ୍ଗତି ଆଦିକୁ ପରଖି ପାରିବେ ।ଖାଉଟି ସୁରକ୍ଷା ଆଇନର ମୂଳ ଉଦ୍ଦେଶ୍ୟ ହେଉଚ୍ଥି ନିୟମିତ ଭାବେ ଉପଭୋକ୍ତା ମାନଙ୍କୁ ସଚେତନ କରାଇବା, ନିୟମିତ ତଦାରଖ ଏବଂ ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାର ସୁପଂଳ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ବୋଲି ମାନ୍ୟବର ବିଧାୟକ ଶ୍ରୀଶତପଥୀ ମତବ୍ୟକ୍ତକରିଥିଲେ ।
