ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
ଦଶପଲ୍ଲା : ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା-ବାଣୀଗୋଛା ରାସ୍ତାର ଟାକରା ଘାଟିଠାର ଆଜି ରାତି ୮ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାର ନାରାୟଣ ବେହେରାଙ୍କ ପୁତ୍ର ସଂଜିତ୍ ବେହେରା, ବୟସ ୨୭ବର୍ଷ ବୋଲି ଜଣାପଡିଛି। ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେଁ ସଂଜିତଂକୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଖୁବ୍ ଗୁରୁତର ଥିବା ଜଣାପଡିଛି।ଅଜଣା ଗାଡି ଧକ୍କା ଦେଇଥିବା ଆଶଂକା କରାଯାଉଛି।
