ମର୍ଦ୍ଦାବାଡି ଗ୍ରାମରେ ପାନୀୟ ଜଳ ସଙ୍କଟ, ନଦୀ ମଧ୍ଯରେ ଚୁଆଖୋଳି ସଂଗ୍ରହ କରୁଛନ୍ତି ପାନୀୟଜଳ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ମର୍ଦ୍ଦାବାଡି ଗ୍ରାମବାସୀ ପାନୀୟଜଳ ପାଇଁ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା। ଗାଁ ଠାରୁ ଅଧାକିଲୋମିଟର ଦୂର ବୃତ୍ତଙ୍ଗ ନଦୀ ଶଯ୍ୟାରେ ଚୁଆଖୋଳି ସଂଗ୍ରହ କରୁଛନ୍ତି ପାନୀୟଜଳ। ଗାଁରେ ଥିବା ଏକମାତ୍ର ନଳକୂପ ପାଣି ଖାରିଆ ଲାଗିବା ସହିତ ହଳଦିଆ ପାଣି ବାହାରୁଥିବାରୁ ଖାଦ୍ୟ ରୋଷେଇ କଲେ ସେସବୁ ହଳଦିଆ ପଡି ଯାଉଥିବାର ମହିଳା ମାନେ ମତବ୍ୟକ୍ତ କରିଛନ୍ତି। ବର୍ଷାଦିନେ ଭରା ନଦୀ ମଧ୍ଯକୁ ଯାଇ ଏପରିକି କାଦୁଅ ପଚପଚ ରାସ୍ତାରେ ଗରା ବାଲ୍ଟି ବୋହି ଦୀର୍ଘ ପଥ ଚାଲିଚାଲି ପାଣି ସଂଗ୍ରହ କରୁଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ପିଇବା ପାଣି ପାଇଁ ଏଭଳି ଦୁର୍ଦ୍ଦଶା ଦେଖିଲେ ଯୋଜନା ସବୁ କେଉଁଠି ଥକ୍କା ମାରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
