ସଂଗୀତଗୁରୁ ସୁଦର୍ଶନ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ପାଳିତ
??????
ତିହିଡ଼ି : ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କବି, ଗାଳ୍ପିକ, ସଂଗୀତଗୁରୁ ସୁଦର୍ଶନ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସଂଗୀତଗୁରୁ ସୁଦର୍ଶନ ନାୟକ ସ୍ମୃତି ସଂସଦ ପକ୍ଷରୁ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଂଗୀତଗୁରୁଙ୍କ ଜନ୍ମମାଟି ଭଦ୍ରକଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କମାରିଆ ଗ୍ରାମରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ସ୍ମୃତି ସଂସଦର ସଭାପତି ବରିଷ୍ଠ କଥାକାର ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂଗୀତଜ୍ଞ ତଥା ଭଦ୍ରକ ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଲୋଚକ ତଥା ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଭଦ୍ରକ ତ୍ୟାଗଭୂମି ସମ୍ମେଳନର ସଭାପତି ତଥା ରାଜ୍ୟ ଖଦିବୋର୍ଡ଼ର ସଦସ୍ୟ ଅଜୟ ନାୟକ ଏବଂ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଯୋଗ ଦେଇ ସୁଦର୍ଶନଙ୍କ ସଂଗୀତ ପ୍ରତି ସମର୍ପିତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଫୁଲ୍ଲ ପାଢ଼ୀ, ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ରାଉତ, ଆଇନଜୀବୀ ବିପ୍ଳବ ନାୟକ, ଶିକ୍ଷାବିତ ଶୀତଳ କୁମାର ବେହେରା, ପ୍ରଦୀପ ନାୟକ, କବି ବସନ୍ତ ଦାସ, ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ନାୟକ ପ୍ରମୁଖ ସ୍ୱର୍ଗତ ସଂଗୀତଗୁରୁ ସୁଦର୍ଶନଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ବିଶିଷ୍ଟ ବେହେଲା ବାଦକ ହରିବନ୍ଧୁ ସାହୁଙ୍କୁ ସଂଗୀତଗୁରୁ ସୁଦର୍ଶନ ନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଗୀତଗୁରୁଙ୍କ ସମାଧିପୀଠ ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଓ ସୁଦର୍ଶନପ୍ରେମୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ବେଳେ ଦୁର୍ଗାପ୍ରସନ୍ନ ମହାନ୍ତି ବେଦ ପାଠ କରିଥିଲେ । କବି ରବିକୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାହିତ୍ୟିକ ମଥୁରା ମୋହନ ବେହେରା ସ୍ୱାଗତ ଭାଷଣ, ଯୁଗ୍ମ ସଂପାଦକ ସୁବାସ ଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପାଠ ଓ ରଂଜୁଲତା ଗାହାଣ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାମ୍ଭରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତି ସଂଗୀତ ଗାନ କରିଥିଲେ । ଏହି ଅବସରରେ ସଂଗୀତଗୁରୁଙ୍କ ସ୍ମୃତିରେ ଅନୁଷ୍ଠିତ ସଂଗୀତ ପ୍ରତିଯୋଗିତାର କୃତି କଣ୍ଠଶିଳ୍ପୀ ସ୍ୱାତିପଲ୍ଲବୀ ଜେନା, ଶୁଭଲକ୍ଷ୍ମୀ ମାହୁନ୍ତ ଓ ରାଜଲକ୍ଷ୍ମୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ସାହିତ୍ୟିକ ପି. ହୃଷିକେଶଙ୍କ ପୌରୋହିତ୍ୟ ଏବଂ କବି ବିଜୟ ବେହେରାଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । କବି ଗୋଲକ ପ୍ରସାଦ ବୟାରୀ, ମୁକୁନ୍ଦ ଦେବ ନାୟକ, ଗୟାଧର ସେଠୀ, ଭାସ୍କର ସେଠୀ, ମନୋରଂଜନ ମୁଦୁଲି, ବିସ୍ମୟ ବିହାରୀ ସାହୁ, ସୁରେଶ ମହାକୁଡ଼, ଅଜୟ କୁମାର ମହାନ୍ତି, ଦେବେନ୍ଦ୍ର ମହାଳିକ, ଆଶୁତୋଷ କରଣ, ଉଦୟ କୁମାର ଦାସ, ଜଗବନ୍ଧୁ ମହାନ୍ତି, ଜୟନ୍ତ ମହାନ୍ତି, ମଂଜୁଲତା ବାରିକ, ଦୈତାରୀ ଜେନା, ଗୌରୀବାଳା ରାଉତ, ରବିନ୍ଦ୍ର ନାୟକ, ବାଇଧର ଜେନା, ସୁକାନ୍ତ ସମୀର ନାୟକ, ସୁବ୍ରତ ସମୀର ନାୟକ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କବିତା ପାଠ କରିଥିଲେ ।
