ଧର୍ମପରାୟଣ ମହିଳାଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଗୋପାଳ ଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ମଲ୍ଲୀମାଳା ସାହୁଙ୍କ ରବିବାର ସକାଳେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କର ୭୦ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେବ ଯତ୍କୃତ ରୋଗରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ସ୍ୱାମୀ ଗୋପାଳଚନ୍ଦ୍ର ସାହୁ, ଦୁଇ ପୁଅବୋହୂ, ଝିଅ, ଜ୍ୱାଇ, ନାତି, ନାତୁଣି, ଝିଆରି, ପୁତୁରାମାନେ ଉପସ୍ଥିତ ଥିଲେ । ମଲ୍ଳିମାଳା ଜଣେ ନିଷ୍ଠାପର, ପରେପାକାରୀ ଏବଂ ଧର୍ମପରାୟଣ ମହିଳା ଥିଲେ । ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ରହି କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
