୧୪ ନଭେମ୍ବର ତିହିଡ଼ି ବ୍ଲକରେ ଅନୁଷ୍ଠିତ ହେବ ଜନଶୁଣାଣି ଶିବିର
ଭଦ୍ରକ : ପ୍ରତି ସୋମବାରରେ ଅନୁଷ୍ଠିତ ହୋଇଆସୁଥିବା ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର କାର୍ଯ୍ୟକ୍ରମକୁ ଧାମନଗର ଉପନିର୍ବାଚନ ପାଇଁ ଲାଗୁହୋଇଥିବା ଆଦର୍ଶ ଆଚରଣ ବିଧି ପାଇଁ ସ୍ଥଗିତ ରଖାଯାଇଥିଲା । ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏହି ଶିବିର ଆରମ୍ଭ ହେବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ନଭେମ୍ବର ମାସ ଆସନ୍ତା ୧୪ ତାରିଖ ସୋମବାର ଦିନ ତିହିଡ଼ି ବ୍ଲକ କାର୍ଯ୍ୟାଳୟରେ ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ନେଇ ଅଭିଯୋଗ ଜଣାଇବାକୁ ଚାହୁଁଥିବା ଜନସାଧାରଣ ଏହି ଶିବିରରେ ଉପସ୍ଥିତ ହୋଇ ଦରଖାସ୍ତ କରିପାରିବେ ।
