ବିରଳ ପ୍ରଜାତିର କଇଁଛକୁ ଉଦ୍ଧାରକଲା ମଙ୍ଗଳପୁର ପୁଲିସ୍
ଯାଜପୁର : ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାସଭବନରୁ ପାଖାପାଖି ୩୫ କିଲୋଗ୍ରାମରୁ ଅଧିକଓଜନର ଏକ ବିରଳ ପ୍ରଜାତିର କଇଁଛକୁ ମଙ୍ଗଳପୁର ପୁଲିସ୍ ଉଦ୍ଧରକରି ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରିଛି ।ସୂଚନା ମୁତାବକ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗୋପକୂଳ ଗ୍ରାମର ବେଣୁଧର ଜେନା ବୈତରଣୀ ନଦୀରେ ମାଛ ଧରିବା ପାଇଁ ଖଇଁଛି ପକାଇଥିବାବେଳେ ଏହି କଇଁଛଟିକୁ ଧରି ଘରକୁ ନେଇଯାଇଥିବା କିଛି ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ମଙ୍ଗଳପୁର ଥାନାଧିକାରିଣୀ ରିନାରାଣୀସାହୁ ସଦଳବଳେ ଗୋପକୂଳ ଗ୍ରାମରେ ପହଞ୍ଚି ବେଣୁଧର ଜେନାଙ୍କଠାରୁ ଉକ୍ତବିରଳ ପ୍ରଜାତିର କଇଁଛଟି ଉଦ୍ଧାରକରି ଜିଲ୍ଲା ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବାଜ ଣାଯାଇଛି ।
