ଅଜଣା ବ୍ୟକ୍ତିର ଶବ ଉଦ୍ଧାର
ଜୟପୁର : ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି ଜୟପୁର ସଦର ପୋଲିସ । ସଦର ଥାନା ଅନ୍ତର୍ଗତ ଝିଲିମିଲିଗୁଡା କେନାଲରେ ଭାସୁଥିବା ବେଳେ ଏହି ଶବକୁ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ବୟସ ପାଖାପାଖି (୪୫) ହେବ ବୋଲି ପୋଲିସ ଅନୁମାନ କରୁଛି । ଏନେଇ ଜୟପୁର ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
