କେନାଲରେ ବୁଡି ଯୁବକର ମୃତ୍ୟୁ
ଜୟପୁର : କେନାଲରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଢେପ ସାହିର କେ. ଅରୁଣ କୁମାର । ସେ ୩ ଜଣ ସାଙ୍ଗଙ୍କ ସହ କେନାଲର ଏକଟାଗୁଡା ନିକଟରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ଖବର ପାଇ ଜୟପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଛି । ଏନେଇ ଜୟପୁର ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି ।
