ମାଁ ବୁଢ଼ୀ ଠାକୁରାଣୀ ଓପନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ପ୍ରଥମ ଦିନରେ ନୂଆପଡା ୧-୦ ଗୋଲ ରେ ବିଜୟୀ
କୋରାପୁଟ : ବୋରିଗୁମ୍ମା ସ୍ଥିତ ପୁରୁଣା ବୋରିଗୁମ୍ମା ଷ୍ଟାଡିୟମ ରେ ଆଜି ଠାରୁ ମାଁ ବୁଢୀ ଠାକୁରାଣୀ ଓପନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ବୋରିଗୁମ୍ମା ଖଲାସୀ ସଙ୍ଘ ର ସଭାପତି ଲାଲୁ ଷଡଙ୍ଗୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ରଘୁରାମ ପଡାଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା, ଉପାଧ୍ୟକ୍ଷ ରାଧାଗୋବିନ୍ଦ ସାମନ୍ତରାୟ,ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବୋରିଗୁମ୍ମା ଖଲାସୀ ସଙ୍ଘ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ଯୋଗୁଁ ବିଶେଷ ଖୁସି ପ୍ରକଟ କରିବା ସହ ଖଲାସୀ ସଙ୍ଘ କୁ ଧନ୍ୟବାଦ ଅର୍ପଣ କରିଥିଲେ।ରାଜ୍ୟ ସରକାର ପ୍ରତି ବ୍ଳକ ରେ ଏକ ଖେଳ ପଡିଆ ପାଇଁ ଯୋଜନା କରିଛନ୍ତି।ଏହି କ୍ରମ ରେ ବୋରିଗୁମ୍ମା ରେ ଏକ ସୁନ୍ଦର ଖେଳ ପଡିଆ ନିର୍ମାଣ କରାଯିବ ବୋଲି କହିଥିଲେ।ବୋରିଗୁମ୍ମା ଖଲାସୀ ସଙ୍ଘ ସଭାପତି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ବୋରିଗୁମ୍ମା ଖଲାସୀ ମାନେ ନିଜ ଚେଷ୍ଟା ରେ ଗତ ଦଶ ବର୍ଷ ଧରି ଫୁଟବଲ ଟୁର୍ଣ୍ଣାମେଣ୍ଟ କରିଆସୁଛନ୍ତି।ଏଣୁ ସଙ୍ଘ ର ପ୍ରତି କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ।ତେବେ ଆସନ୍ତା ୧୧ ତାରିଖ ସେମିଫାଇନାଲ ରେ ଓଲିଉଡ ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ।ଆଜିର ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ନୂଆପଡା ସହ ପାୱାର କ୍ଳବ କୋରାପୁଟ ମଧ୍ୟରେ କଡା ଟକ୍କର ହୋଇଥିଲା।ନୂଆପଡା ଦଳ ୧-୦ ଗୋଲ ରେ ପାୱାର କ୍ଳବ କୋରାପୁଟ ଦଳ କୁ ପରାସ୍ତ କରି ବିଜୟୀ ହୋଇଥିଲା।ଉଦଘାଟନ ର ଦ୍ଵିତୀୟ ମ୍ୟାଚ ରେ ରଙ୍ଗବାଜ ଜଗଦଲପୁର ୧-୦ ଷ୍ଟାର ଏଲେଭେନ କଳାହାଣ୍ଡି କୁ ପରାସ୍ତ କରି ବିଜୟୀ ହୋଇଥିଲା।ଥାନା ଆଇଆଇସି ଖିରେଶ୍ୱର ସାହୁ ଙ୍କ ନେତୃତ୍ୱରେ ପୋଲିସ ର ଟିମ ଶାନ୍ତି ଶୃଙ୍ଖଳା ନିମନ୍ତେ ମୃତୟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଖଲାସୀ ସଙ୍ଘ ର ଅର୍ଗାନାଇଜର ମ୍ୟାନେଜର ମୁନା ଦୋରା, ଉପ ସଭାପତି ବାବୁଲା ନାଗ,ଅର୍ଗାନାଇଜର ଆପୁ ଖାନ, ସମ୍ପାଦକ ଲାଇବାନ କଚିମ, କୋଷାଧ୍ୟକ୍ଷ କୈଳାସ କଚିମ ଓ ଖଲାସୀ ସଙ୍ଘ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।ପ୍ରକାଶ ଥାଉକି ମାଁ ବୁଢ଼ୀ ଠାକୁରାଣୀ ଓପନ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ବୋରିଗୁମ୍ମା ରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ମୋଟ ୧୫ ଗୋଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
