ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ
ବାରିପଦା : ରିଲାଏନ୍ସ ଫାଉଣ୍ଡେସନ ଓ ପ୍ରାଣୀ ସମ୍ବଳ ବିକାଶ ବିଭାଗ, ମୟୂରଭଂଜ ର ମିଳିତ ଉଦ୍ୟମରେ ମୋରଡା ବ୍ଲକ ନୁଆଝାଳିଆ ଗ୍ରାମପଂଚାୟତର ଭୂରୁଙ୍ଗାଶୋଳ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବିର ଆୟୋଜିତ ହୋଇଅଛି । ଏହି ଚିକିତ୍ସା ଶିବିରରେ ୨୫୦ ରୁ ଅଧିକ ଗାଈ ଗୋରୁ, ଛେଳି ମେଣ୍ଢା ଓ କୁକୁଡା ମାନଙ୍କୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ନହେବାପାଇଁ ଟୀକାକରଣ କରାଯାଇଥିଲା । ବିଭିନ୍ନ ପ୍ରକାର ରୋଗ ଯଥା ଥଣ୍ଡା, ଜର, ଚର୍ମରୋଗ, କ୍ଷତ, ବଥ, କୁର୍ମୀ ରୋଗର ଚିକିତ୍ସା ଓ ଗର୍ଭ ପରୀକ୍ଷା କରାଯାଇଥିଲା । ସେହି ଗ୍ରାମର ପ୍ରାଣୀପାଳକ ମାନଙ୍କୁ ସେମାନଙ୍କ ପ୍ରାଣୀ ମାନଙ୍କ ପାଇଁ ମିନେରାଲ ମିକଚର ଓ ଭିଟାମିନ ଦିଆଯାଇଥିଲା । ଏହି ପ୍ରାଣୀ ଚିକିତ୍ସା ଶିବିରକୁ ପ୍ରାଣୀ ଚିକିତ୍ସକ ଡାଃ ସନତ କୁମାର ଜେନା ଓ ତାଙ୍କର ସହକର୍ମୀ ମାନଙ୍କୁ ନେଇ ପରିଚାଳନା କରିଥିଲେ । ରିଲାଏନ୍ସ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ଦିଲୀପ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
