ଧାମନଗର ଉପ-ନିର୍ବାଚନ ଗଣତି : ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଭାଜପା ପ୍ରାର୍ଥୀ
ଭଦ୍ରକ : ଧାମନଗର ଉପ-ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ସହ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରୁ ନିଜର ଦବ୍ଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ । ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୩୯୨ ଖଣ୍ଡ ଭୋଟରେ ଆଗୁଆ ରହିଛି । ତା ପଛକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ । ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ ।
ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୨୭୧୬୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୨୨୭୬୮ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୭୧୯ ଏବଂ ଅନ୍ୟାନ୍ୟ ୪୮୫୮ ଭୋଟ ପାଇଛନ୍ତି । ଭୋଟ ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି ।
