ଖମାରସାହି ଠାରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ଠାରେ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ୭୧ତମ ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ଆୟୋଜିତ ଉତ୍ସବରେ ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସତ୍ଯ ନାରାୟଣ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ପରିଷଦ ସଭ୍ଯ ବସନ୍ତ ପ୍ରଧାନ, ସରପଂଚ ସନ୍ଧ୍ଯାରାଣୀ ବେହେରା, ସମିତିସଭ୍ୟା ମନୋରମା ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ। ୧୫୦ରୁ ଉର୍ଦ୍ଧ୍ବ ଚାଷୀ ତଥା ଗୋପଳକ ଯୋଗଦେଇଥିଲେ। ଇତ୍ଯବସରରେ ଗୋ-ପୂଜନ, ଗୋ-ପାଳକ -ବୈଞାନିକ ମତ ବିନିମୟ ସହିତ ସଫଳ ଚାଷୀ ମାନଂକୁ ସମ୍ବର୍ଦ୍ଧିତ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
