ଦଶପଲ୍ଲାରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସି ହଜାର ହଜାର କର୍ମି ମହାବୀର କ୍ଷେତ୍ର ଠାରେ ପହଁଞ୍ଚିବା ପରେ ମହାବୀର ମନ୍ଦିର ସମ୍ମୁଖରୁ ବାହାରିଥିଲା ବିଶାଳ ଶୋଭାଯାତ୍ରା। ସହରର ୫୭ନଂ ଜାତୀୟ ରାଜପଥ ଅତିକ୍ରମ କରି ଶୋଭାଯାତ୍ରା ମେଳିଆତୋଟା ଠାରେ ପହଞ୍ଚିଥିଲା। ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ରମେଶଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କନ୍ଧମାଳ ସାଂସଦ ଡ.ଅଚ୍ଯୁତ ସାମନ୍ତ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ଯ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତୈଶୀ ଯୋଜନା ଗୁଡିକର ବିସ୍ତୃତ ତଥ୍ଯ ଉପସ୍ଥାପନ କରିବା ସହିତ ସେସବୁର ଭରପୁର ସହାୟତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀ ମାନଂକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଦଶପଲ୍ଲା, ଗଣିଆ, ନୂଆଗାଁ ବ୍ଳକ ସମେତ ଦଶପଲ୍ଲା ଏନଏସିର ବହୁ ନିର୍ବାଚିତ ପ୍ରତିନିଧି, ବିଜେଡି କର୍ମକର୍ତ୍ତା ଯୋଗଦେଇଥିଲେ।
