୧୩ ଫୁଟିଆ ଅହିରାଜ ସାପ ଉଦ୍ଧାର
ସୋର : ବାଲେଶ୍ୱର ଜିଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ କିଆନାଳିଆ ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ପୂର୍ବାହ୍ନରେ ନିଜ ଘର ପାଖ ବାଡ଼ି ସଫା କରୁଥିବା ସମୟରେ ଏକ ଅହିରାଜ ସାପ ଦେଖିବାକୁ ପାଇଥିଲେ । ଏନେଇ ସେ ବନବିଭାଗକୁ ଖବର ଦେଇଥିଲେ । ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଅହିରାଜ ସାପଟିକୁ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ିଥିବାର ଜଣାପଡ଼ିଛି ।
ସୂଚନା ଯେ, ଗ୍ରାମର ପାକନ ନାୟକ ନିଜ ଘରପାଖ ବାଡ଼ି ସଫା କରୁଥିବା ସମୟରେ ଏକ ବିରାଟ କାୟ ଅହିରାଜ ସାପ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖୁଣ୍ଟାପଟଣା ବନବିଭାଗର ବନପାଳ କିଶୋର ଚନ୍ଦ୍ର ଭୂୟାଁ, ବନରଖି ଫୁଲମଣି ମୁର୍ମୁ, ସବୁଜ ବାହିନୀ ସଦସ୍ୟ ଦେବେନ୍ଦ୍ର ରାଉତ, ବସନ୍ତ ସେଠୀ, ହରିହର ବେହେରା, ତ୍ରିଲୋଚନ ମଳିକ ପହଞ୍ôଚ ବାଲେଶ୍ୱରର ସାପ ଧରାଳି କାର୍ତ୍ତିକ ସେଠୀଙ୍କୁ ଫୋନ କରିଥିଲେ । ଶ୍ରୀ ସେଠୀ ସେଠାରେ ପହଞ୍ôଚ ସାପକୁ ଉଦ୍ଦାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡିଥିବା ଜଣାପଡ଼ିଛି । ଉଦ୍ଧାର କରାଯାଇଥିବା ସାପର ଲମ୍ବ ୧୩ଫୁଟ୍ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
