ଜାତୀୟ ଭଳିବଲ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷଣ ଶିବିରକୁ ତୁଷାର ମନୋନୀତ
ଝାରସୁଗୁଡ଼ା : ଆସନ୍ତା ନଭେମ୍ବର ୧୪ରୁ ୧୯ ତାରିଖ ଯାଏ ଜାମ୍ମୁର ଏମ୍ ଏ ଷ୍ଟାଡିୟମ ଠାରେ ହେବାକୁ ଥିବା ଜାତୀୟ ଭଳିବଲ ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରଶିକ୍ଷଣ ଶିବିରକୁ ଝାରସୁଗୁଡ଼ା ଜିଲ୍ଲାର ଯୁବ ଖେଳାଳୀ ତୁଷାର ହେହୁରୀ ମନୋନୀତ ହୋଇଛନ୍ତି । ରାଜ୍ୟରୁ ପ୍ରତିନିଧିତ୍ୱ ଲାଗି ପ୍ରାର୍ଥୀ ଚୟନ ଏହି ଶିବିରରେ ଭାଗ ନେଉଥିବା ଖେଳାଳୀଙ୍କ ମଧ୍ୟରୁ କରାଯିବ । ଆସନ୍ତା ୨୬ ତାରିଖ ଦିନ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସ୍ଥିତ ଭଳିବଲ ଇନ୍ଡୋର ଷ୍ଟାଡିୟମ ରେ ଯୋଗ ହେବାକୁ ତୁଷାରଙ୍କୁ ଓଡ଼ିଶା ଭଳିବଲ ଆସୋସିଏସନ ପକ୍ଷରୁ ଗତ କାଲି (୨୨-୧୦) ଜଣାଇ ଦିଆଯାଇଛି । ତୁଷାରଙ୍କ ପ୍ରଶିକ୍ଷଣ ଶିବିରକୁ ଚୟନ ହୋଇଥିବାରୁ ଜିଲ୍ଲା କ୍ରୀଡ଼ା ସଂଘ ତରଫ ରୁ ଆଜିର ଅନୁଷ୍ଠିତ କାର୍ଯ୍ୟକାରୀ ସାଧାରଣ ବୈଠକରେ ଆନନ୍ଦ ପ୍ରକାଶ କରା ଯାଇ ତୁଷାର ହେହୁରୀ ଙ୍କୁ ଶୁଭେଛା ଦିଆ ଯାଇଛି ।
