ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ, କାରଣ ଅସ୍ପଷ୍ଟ
ପୁରୀ : ପୁରୀ-ହାୱଡା ଏକ୍ସପ୍ରେସ ଲାଇନଚ୍ୟୁତ। ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଏହି ଅଘଟଣ ଘଟିଛି। ଯାହାଫଳରେ ପୁରୀ-ହାୱଡା ଟ୍ରେନ୍ ଯାତ୍ରା ବିଳମ୍ୱ ହୋଇଛି। ତେବେ କେଉଁ କାରଣ ପାଇଁ ଲାଇନ୍ଚ୍ୟୁତ୍ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ରେଲୱେ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଟ୍ରାକ୍ ମରାମିତି କାର୍ଯ୍ୟ ଚାଲିଛି।
