ଗୀତା ଆବୃତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପୁରୀର ଛାତ୍ରୀ କ୍ରିଷ୍ଣାକୁମାରୀ
ପୁରୀ ଅଫିସ : ପୁରୀ ଦତତୋଟାର ଦଶମ ଶ୍ରେଣୀର ଛାତ୍ରୀ କ୍ରିଷ୍ଣା କିରଣ ଦୀକ୍ଷିତ୍ (ମାମୁଲୁ) ଗୀତା ଆବୃତି କରି ୩ ମିନିଟ୍ରେ ଗୀତାର ୪୭ଟି ଶ୍ଲୋକ ପଢି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ -୨୦୨୨ରେ ସ୍ଥାନ ପାଇଛନ୍ତି । ସେ ସେଂଟ ଜାଭିୟର ହାଇସ୍ଲୁଲରେ ପଢୁଛନ୍ତି । ତାଙ୍କ ବାପା ପ୍ରଦୀପ୍ତ କୁମାର ଦୀକ୍ଷିତ୍ ଝିଅକୁ ୩ ବର୍ଷ ହୋଇଥିବା ବେଳେ ୫ଟି ଶ୍ଲୋକ ଶିଖାଇଥିଲେ । ଏହାପରେ ପରେ କ୍ରିଷ୍ଣା ଗୀତା ପଢିବା ସହ କଣ୍ଠଶିଳ୍ପୀ ଭାବେ ବେଶ ପରିଚିତ ହୋଇପାରିଛନ୍ତି । ଗୀତା ଆବୃତି କରି ସେ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଦୁବାଇରେ ଇସ୍କନ ପକ୍ଷରୁ ଆନ୍ତର୍ଜାତୀୟ ଗୀତା ଆବୃତି ପ୍ରତିଯୋଗୀତାରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସରେ କ୍ରିଷ୍ଣା ଗୀତା ଆବୃତିର ଭିଡ଼ିଓ ପଠାଇଥିଲେ । ଏ ସମ୍ପର୍କରେ ତାଙ୍କ ପାଖକୁ ମେଲ ଆସିଥିବା ବେଳେ ଏବେ ମାନପତ୍ର ଓ ପରିଚୟପତ୍ର,ପେନ୍ ଏବଂ ପଦକ ଆସି ଘରେ ପହଞ୍ଛିଛି । ତାଙ୍କ ମାଆ ଜ୍ୟୋସ୍ନାରାଣୀ ଦୀକ୍ଷିତ୍ ଝିଅକୁ ପାଠ ପଢେଇବା,ଗୀତ ଶିଖେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ବୋଲି କ୍ରିଷ୍ଣା କହିଛନ୍ତି ।
