ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଯାଜପୁର : ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ତଥା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶ୍ୱେତା ସ୍ନିଗ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମିକ୍ଷା ଶିବିରରେ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ଉପାଧ୍ୟକ୍ଷା ଝିଲି ମଲ୍ଲିକ, ଏବିଡିଓ ତ୍ରିଲୋଚନ ସେଠୀ, ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଯେନା, ଜିଲ୍ଲା ସାମାଜିକ ସମିକ୍ଷକ ନାରାୟଣ ବେହେରା, ବିଏସ୍ଏସ୍ଓ ସ୍ୱାଧୀନା କ୍ରୀଷ୍ଣାବାଳା, ଏପିଓ ଭକ୍ତିଲତା ମହାରଣା, କମ୍ପ୍ୟୁଟର ସହାୟକ ସତ୍ୟବ୍ରତ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମିକ୍ଷା କରାଯାଇ ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ କରିବାର ବ୍ୟବସ୍ଥା ଥିବାରୁ ଉକ୍ତ କାର୍ଯ୍ୟର ସମିକ୍ଷା କରିଥିଲେ । ଏହି ସମିକ୍ଷାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଆର୍ଥ ଆୟୋଗର ସାମାଜିକ ସମିକ୍ଷା ଉପରେ ଦଶରଥପୁର ବ୍ଲକ ଅଧିନ ୩୫ ପଞ୍ଚାୟତରୁ ସରପଞ୍ଚମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ । ବିଶେଷକରି ଚମ୍ପେଇପାଳ ପଞ୍ଚାୟତରୁ ସରପଞ୍ଚ ହିମାଂଶୁ ନାୟକ, କଟିକଟା ପଞ୍ଚାୟତରୁ ସରପଞ୍ଚ କାଞ୍ଚନବାଳା ପରିଡ଼ା, ଖଣ୍ଡରା ପଞ୍ଚାୟତରୁ ସରପଞ୍ଚ କୁଞ୍ଜବିହାରୀ ଦାସ, ଇଜାପୁର ପଞ୍ଚାୟତରୁ ରାଜଶ୍ରୀ ସାମଲ, ବିରଜାପୁର ପଞ୍ଚାୟତରୁ ସରପଞ୍ଚ ନିରାକାର ସାହୁଙ୍କ ସମେତ ନିଜାମପୁର ପଞ୍ଚାୟତର ସମାଜସେବୀ ନିର୍ମଳ କୁମାର ବେହୁରିଆ, ବିରଜା ମଲ୍ଲିକ, ରମାକାନ୍ତ ସାମଲ ପ୍ରମୁଖ ସମିକ୍ଷା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ସାମିଲ ହୋଇଥିବା ବେଳେ ଏବିଡ଼ିଓ ତ୍ରିଲୋଚନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
