ମଙ୍ଗଳପୁର ବଜାରରେ ଜି.ଏସ୍.ଟି ଚଢାଉ
ଯାଜପୁର : ଦଶରଥପୁର ବ୍ଲକ ଅଧିନସ୍ଥ ମଙ୍ଗଳପୁର ବଜାରରେ ଆଜି କେନ୍ଦ୍ରିୟ ବିକ୍ରୀକର ଓ ଜି.ଏସ୍.ଟି କାର୍ଯ୍ୟାଳୟ,ଭୁବନେଶ୍ୱର ପକ୍ଷରୁ ଚଢାଉ କରାଯାଇଥିବାର ଜଣାଯାଇଛି । ମଙ୍ଗଳପୁର ବଜାରରେ ଥିବା ରଡ ଓ ସିମେଣ୍ଟ ବ୍ୟବସାୟୀ ସାହୁ ଟ୍ରେଡର୍ସରେ ଦିନ ତମାମ ଛାନଭିନ କରିବା ସହିତ ଜି.ଏସ୍.ଟି ବିଲ୍ରେ ବ୍ୟାପକ ହେରଫେର ହୋଇଥିବା ସଂପର୍କରେ ଅନୁଶଦ୍ଧାନରୁ ଜାଣିପାରିଛି । ଏ ସଂପର୍କରେ ସଂପୃକ୍ତ ବ୍ୟବସାୟୀ କିଛି ଜାଣି ନଥିବାବେଳେ ତାଙ୍କର ଜି.ଏସ୍.ଟି କାର୍ଯ୍ୟ ତୁଲାଉଥିବା ଆଇ.ଟି ଫାର୍ମ ଏ ସଂପର୍କରେ ଚଂଚକତା କରିଥିବାର ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମଙ୍ଗଳପୁର ବଜାରରେ ଜି.ଏସ୍.ଟି ଚଢାଉ ସଂପର୍କରେ ଖବରପାଇ ବଜାରର ବହୁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ନିଜ ନିଜ ଦୋକାନ ମାନଙ୍କରେ ତାଲା ପକାଇ ଦିନ ତମାମ ଫେରାର ଅଛନ୍ତି ।
