ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ
କଟକ : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜବାଦୀ ନେତା ଗଡ଼ଜାତ ଗାନ୍ଧି ପୂର୍ବତନ ସାଂସଦ ବିପ୍ଲବୀ ସାରଙ୍ଗଧର ଦାସଙ୍କ ୧୩୫ତମ ଜୟନ୍ତୀ ବୁଧବାର ଦିନ ପାଳିତ ହୋଇଯାଇଛି । ଝୋଲ୍ଲାସାହିସ୍ଥ ସାରଙ୍ଗଧର ଶିଶୁ ଉଦ୍ୟାନଠାରେ ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଡ଼ାକ ଲଫାଫା ଉନ୍ମୋଚିତ ହୋଇଥିଲା । ପ୍ରଶାନ୍ତ ଦାସ ମୁଖ୍ୟ ଅତିଥି, ସୁରେନ୍ଦ୍ରନାଥ ଛୋଟରାୟ ସମ୍ମାନିତ ଅତିଥି, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ସାରଙ୍ଗଧର ରାଜନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଯେଉଁ ପଦଚିହ୍ନ ଛାଡ଼ିଯାଇଛନ୍ତି ତାହା ସାଂପ୍ରତିକ ପରିସ୍ଥିତିରେ ସମସ୍ତଙ୍କ ଧ୍ୟେୟ ହେବା ଉଚିତ୍ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଶତୃଘ୍ନ ପଟ୍ଟନାୟକ, ବିଦ୍ୟୁତଲାଲା, ବାଳକୃଷ୍ଣ ବେହେରା, ଚୌଧୁରୀ ଶରତ ଚନ୍ଦ୍ର ଦାସ, ଭୂବନାନନ୍ଦ ମହାନ୍ତି, ମିଲତ ବଡୁ, ରବିନ୍ଦ୍ରନାଥ ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, କୁମାରେନ୍ଦ୍ର ପଟ୍ଟନାୟକ, ଅନୁପ ସିଂ, ଶ୍ୟାମସୁନ୍ଦର ସାହୁ, ସମରେନ୍ଦ୍ର ଘୋଷ, ରତ୍ମାକର ମୂଖୀ, ଶରତ ଚନ୍ଦ୍ର ଦାସ, ଗୋପାଳ ଚନ୍ଦ୍ର ମିଶ୍ର, ବ୍ରହ୍ମାନନ୍ଦ ମହାନ୍ତି, ନରେନ୍ଦ୍ର ନାୟକ, ବିଚିତ୍ରାନନ୍ଦ ମିଶ୍ର, ବୈଷ୍ଣବ ଚରଣ ପରିଡ଼ା, ଡ଼ଃ ହେମନ୍ତ ପରିଡ଼ା, ରାଜ କିଶୋର ସିଂ, ଲଲାଟେନ୍ଦୁ ବଡୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସଂଯୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
