ଓଟିଇଟିର ଆବେଦନ ଅବଧି ବୃଦ୍ଧି
କଟକ : ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତି କ୍ରମେ ଓଟିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପାଇଁ ଆବେଦନର ତାରିଖ ଘୁଂଚାଯାଇଛି । ତେବେ ପୂର୍ବରୁ ଏହି ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଥିଲା ବେଳେ ବୋର୍ଡ କର୍ତ୍ତୃପକ୍ଷଙ୍କ ନିଷ୍ପତି କ୍ରମେ ଏହା ଆସନ୍ତା ୨୬ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଉପସଭାପତି ଡ. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି ।
