ଓଡିଆ ସାହିତ୍ୟର ଅସ୍ମିତା, ଶ୍ରୀ ଜଗନ୍ନାଥ ପରମ୍ପରା ଆମ ମାତୃଭାଷା ପରିଷଦର “ସଂକ୍ରାନ୍ତି ଆସର”
ଭଦ୍ରକ : ଓଡିଆ ସାହିତ୍ୟର ଅସ୍ମିତା “ଶ୍ରୀଜଗନ୍ନାଥ ପରମ୍ପରା” ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଭଦ୍ରକ କଲ୍ୟାଣୀ ନଗର ଗୁରୁକୃପା ଭବନରେ ଆୟୋଜିତ “ସଂକ୍ରାନ୍ତି ଆସର”ରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ଆସରରେ “ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ“ ଶୀର୍ଷକ ଆଲୋଚନା ଚକ୍ରରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆଲୋଚନା ଚକ୍ରକୁ ମୁଖ୍ୟଅତିଥି ନାଟ୍ୟକାର ବିଜୟ ଦାସ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଜଗନ୍ନାଥ ସେବକ ଶରତ କୁମାର ସାହୁ, ବିଶେଷ ଅତିଥି ତ୍ୟାଗଭୂମୀ ସଂପାଦକ ତଥା ସମାଜସେବୀ ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଂଜନ କର, ଓଡିଶା ସାହିତ୍ୟ ଆକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳି, ଓଡିଶା ନାଟ୍ୟ ଆକାଡେମୀ ପୁରଷ୍କାର ପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ରାଉତ, ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ପ୍ରାଧ୍ୟାପକ ହରେକୃଷ୍ଣ ପଣ୍ଡା, ପ୍ରାଧ୍ୟାପକ ଅଟଳ ବିହାରୀ ନାୟକ ଓ ଡ. ସୁଦର୍ଶନ ବାରିକ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଷଦର ସଂପାଦକ ଡାକ୍ତର ଅନିଲ୍ କୁମାର ଦାଶ, ସମ୍ପାଦକୀୟ ପାଠ ସହ ଅନୁଷ୍ଠାନ ଅନେକ ସେବାକାର୍ଯ୍ୟ ହାତକୁ ନେଇ କର୍ମକରୁଛି ବୋଲି କହିଥିଲେ । ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ମଞ୍ଚକଳାକାର କାଳନ୍ଦି ମଲ୍ଲିକ ବେଦପାଠ କରିଥିଲେ । କବି ବିପ୍ଲବ ହୋତା ଓ ମଞ୍ଚକଳାକର, କବି ଗୌରାଙ୍ଗ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶିକ୍ଷାବିତ୍ ବାବୁଲାଲ ଦାସ, ପୂର୍ବତନ ଅଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଡ. ଅବନୀ ପ୍ରଧାନ, ହରିଶ୍ ଚନ୍ଦ୍ର ଦାସ, ସନ୍ତୋଷ କୁମାର ସାହୁ, ଅମୀୟ କୁମାର ମହାପାତ୍ର, ଦମୟନ୍ତୀ ନାଥ, ମୀନତି ବାରିକ, ଆଇନ୍ଜୀବୀ ମନୋରଞ୍ଜନ ଦାସ, ମୋନାଲିସା ସାହୁ, ପ୍ରଭାତ କୁମାର ଜେନା, ଅଧ୍ୟାପକ ରମାକାନ୍ତ ନାୟକ, ରମାକାନ୍ତ ପାଳ, ରଜତ୍ କୁମାର ସାହୁ, ଅଂଶୁମାନ ସ୍ୱାଇଁ, ସରୋଜିନୀ ନାୟକ, ଉମାକାନ୍ତ ମହାଳିକ, ସତ୍ୟ ସେଠୀ, ବିଚିତ୍ରାନନ୍ଦ ଜେନା, ଊର୍ଦ୍ଧୁକବି ମୁସ୍ତାକ୍ ଗହ୍ୱର, ଅବଦୁଲ ଦୟାନ୍, ଅଧ୍ୟାପକ ମାଧବଚନ୍ଦ୍ର ଜେନା ଓ ନାରାୟଣ ପାଢ଼ୀ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଶୀକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସହସମ୍ପାଦିକା ମମତା ରାଣୀ ଦାଶ୍, ଅଂଶୁମାନ ସ୍ୱାଇଁ ଓ ଡା. ଅନିଲ୍ କୁମାର ଦାଶ ସହଯୋଗ କରିଥିଲେ ।
