ବାଲିଆପାଳ ବ୍ଲକର ନୂତନ ବିଡ଼ିଓ ଭାବେ ଦାୟିତ୍ଵ ଗ୍ରହଣ କଲେ ବିନୋଦ କୁମାର ପଣ୍ଡା
ବାଲିଆପାଳ : ଦୀର୍ଘଦିନର ବ୍ୟବଧାନ ପରେ ବାଲିଆପାଳ ବ୍ଳକର ନୂତନ ବିଡ଼ିଓ ଭାବରେ ବିନୋଦ କୁମାର ପଣ୍ଡା ମଙ୍ଗଳବାର ଦାଇତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି।ଶ୍ରୀ ପଣ୍ଡା ଏହା ପୂର୍ବରୁ ସମ୍ବଲପୁର ମୁନିସିପାଲଟିର ଡେପୁଟି କମିଶନର ଥିଲେ।ବାଲିଆପାଳ ବ୍ଳକର ବିଡ଼ିଓ ଲଳିତ ସୋରେଙ୍ଗ ଏଠାରୁ ବଦଳି ହୋଇ ଯିବା ପରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ବିଡ଼ିଓ ଦାଇତ୍ୱରେ ଥିଲେ। ଆଜି ତହସିଲଦାର ଶ୍ରୀ ଦାଶଙ୍କ ପାଖରୁ ନୂତନ ବିଡ଼ିଓ ଭାବରେ ଶ୍ରୀ ପଣ୍ଡା ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ପଣ୍ଡା ଦାଇତ୍ୱ ଗ୍ରହଣ କରି ବାଲିଆପାଳ ବ୍ଳକର ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି।
