ବାଲେଶ୍ୱର ମଧୁବୈଶ୍ୟ (ଗୁଡ଼ିଆ) ସମାଜର ବାର୍ଷିକ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାରବାଟୀ ସ୍ଥିତ ଅଭିରାମ ସାହୁଙ୍କ ଗଣେଶ ମନ୍ଦିର ପ୍ରାଙ୍ଗଣରେ ବାଲେଶ୍ୱର ଜିଲ୍ଲା ମଧୁବୈଶ୍ୟ (ଗୁଡ଼ିଆ) ସମାଜର ବାର୍ଷିକ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ ଉପସଭାପତି ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଗତ ତା ୧୬ରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମସ୍ତ ଜିଲ୍ଲା ଓ ବ୍ଲକ୍ସ୍ତରୀୟ କର୍ମକର୍ତ୍ତା ଏବଂ ଯୁବକର୍ମକର୍ତ୍ତା ଯୋଗ ଦେଇଥିଲେ । ସଂଘର ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି, ସଂଗଠନର ସମ୍ପାଦକ, ଉପସଭାପତି, କୋଷାଧ୍ୟକ୍ଷ, ଉପଦେଷ୍ଟା ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ଯୁବସଂଗଠନର କର୍ମକତ୍ତାଙ୍କ ଦ୍ୱାରା କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ଆସନ୍ତା ତା ୧୮-୧୨-୨୦୨୨ରିଖ ରବିବାର ଦିନ ପୂର୍ବାହ୍ନ ୮ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ କରାଯିବାକୁ ନିଷ୍ପତ୍ତି ନିଆଗଲା । ସମ୍ମିଳନୀରେ ଚିତ୍ରାଙ୍କନ, ରଙ୍ଗୋଲି, କୁଇଜ୍, ନାଚ, ଗୀତ ପ୍ରତିଯୋଗିତା ସହିତ ସଭା କାର୍ଯ୍ୟ ଚାଲୁ ରହିବ । ଚଳିତବର୍ଷ ମେଟ୍ରିକ୍, +୨, +୩ରେ ସର୍ବାଧିକ ନମ୍ବର ରଖିଥିବା ଜାତି ମେଧାବୃତ୍ତି ପୁରସ୍କାର ଦିଆଯିବା ସଙ୍ଗେସଙ୍ଗେ ପୂଜ୍ୟପୂଜା ସମ୍ମାନ, କୌଳିକ ବୃତ୍ତି ସମ୍ମାନ ଆଦି ପ୍ରଦାନ କରାଯିବ ।
