ପ୍ରିନ୍ସିପାଲ୍ ସେକ୍ରେଟାରୀ ସୁବର୍ଣ୍ଣରେଖା ନଦୀର ନିର୍ମାଣାଧୀନ ପନ୍ତେଇ ବ୍ରିଜ ନିର୍ମାଣ କାର୍ଯ୍ୟ ତଦାରଖ କରି ଫେରିଲେ।
ବାଲିଆପାଳ : ୱାର୍କ୍ସ ଡିପାଟମେଣ୍ଟ ପ୍ରିନ୍ସିପାଲ୍ ସେକ୍ରେଟାରୀ ବୀର ବିକ୍ରମ ସିଂ ଯାଦବ ମଙ୍ଗଳବାର ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ପନ୍ତେଇ ବ୍ରିଜର କାର୍ଯ୍ୟ ତଦାରଖ କରି ଫେରିଛନ୍ତି।ବାଲିଆପାଳ ବ୍ଲକ ସହିତ ଭୋଗରାଇ ବ୍ଲକକୁ ସଂଯୋଗ କରିବା ପାଇଁ ସୁବର୍ଣ୍ଣରେଖା ନଦୀ ଉପରେ ପୋଲ ନିର୍ମାଣ ପାଇଁ ବହୁଦିନ ଧରି ଦାବୀ ହୋଇ ଆସୁଥିଲା। ଏବେ ତାହା ନିର୍ମାଣଧିନ ଅବସ୍ଥାରେ ରହିଛି।ଏଲ ଏଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜ ବର୍ଷା ଦିନପାଇଁ କାର୍ଯ୍ୟ ଧିମେଇ ଚାଲିଥିବାରୁ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ପ୍ରିନ୍ସିପାଲ୍ ସେକ୍ରେଟାରୀ ଶ୍ରୀ ଯାଦବ ତାଗିଦ କରିଥିଲେ। କାର୍ଯ୍ୟ ପ୍ରଖର ବେଗରେ ଅଧିକ ମେକାନିଜମ ଲଗାଇ ଦ୍ରୁତ କରିବା ପାଇଁ ଏଲ ଏଣ୍ଡ ଟିର କର୍ମକର୍ତ୍ତାଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଶ୍ରୀ ଜାଦବଙ୍କ ସହିତ ଚିଫ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର, (ଇଆଇସି)ସିଇ ବିଶ୍ବବ୍ୟାଙ୍କ ରାମକୃଷ୍ଣ ମହାପାତ୍ର,ଜିଲ୍ଲା କାର୍ଯ୍ୟ ନିର୍ବାହି ଅଧିକାରୀ ନନ୍ଦଦୁଲାଲ ଘଡାଇ,ଏସଡିଓ ଶିବଲାଲ ସାହୁ,କନିଷ୍ଠ ଯନ୍ତ୍ରୀ ସୁଶିଲ କୁମାର ଦାସଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
