ଭାଷଣ ପ୍ରତିଯୋଗିତାରେ ନୀଳଗିରିର କମଳଲୋଚନ ପଣ୍ଡା ପ୍ରଥମ
ନୀଳଗିରି : ନୀଳଗିରି ଅଞ୍ଚଳର ଯୁବ ପ୍ରତିଭାବାନ କମଳଲୋଚନ ପଣ୍ଡା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସମ୍ବାଦ – ଇଣ୍ଡିଆ ୨୦୪୭ ପ୍ରତିଯୋଗିତାୋର ଆଳଙ୍କାରିକ ଭାଷଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉନ୍ନିତ ହୋଇଛନ୍ତି । ନୀଳଗିରି ଉପଖଣ୍ଡର ଗାଙ୍ଗପୁରା ଗ୍ରାମର ପର୍ଶୁରାମ ପଣ୍ଡାଙ୍କର ପୁଅ କମଳଲୋଚନ ପଣ୍ଡା ରାଜ୍ୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବେ ବୋଲି ଆଶା ଭରସା ରଖିଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାକୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛ I ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୋରୀ:ଥାନାରେ ଅଭିଯୋଗ
