ମହିଳାଙ୍କ ମୃତ୍ୟୁ
ନୀଳଗିରି : ବରହମପୁର ଥାନା ଅଧୀନସ୍ଥ ତେଲିପାଳ ଗ୍ରା:ପ:ର ଟସରପଡ଼ା ଗ୍ରାମରେ ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣକ ଉକ୍ତ ଗ୍ରାମର ସର୍ବେଶ୍ୱର ମାରାଣ୍ଡିଙ୍କ ପତ୍ନୀ ମୀରା ମାରାଣ୍ଡି (୩୧) ଭୋର ୪ଟା ସମୟରେ ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ସମୟରେ ତାଙ୍କୁ କିଛି ଗୋଟେ କାମୁଡ଼ି ଦେଲା ବୋଲି ସ୍ୱାମୀକୁ ଜଣାଇଥିଲେ । ପୋକ କାମୁଡ଼ିଥିବା କହି ଉଭୟ ଶୋଇ ପଡ଼ିଥିଲେ । ସକାଳେ ମୀରା କଥାବର୍ତା କରୁ ନ ଥିବା ଦେଖି ପରିବାରଲୋକେ ବରହମପୁର ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ବରହମପୁର ଥାନାୋର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
