ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର କର୍ମଶାଳା ଅନୁଷ୍ଠିତ
ବାରିପଦା : ମୟୁରଭଞ୍ଜ ଫଟୋଗ୍ରାଫାର ଭିଡିଓ ଗ୍ରାଫାର ସଂଘ ଏବଂ ଓଡିଶା ଫଟୋଗ୍ରାଫର ମହାସଂଘର ମିଳିତ ସହଯୋଗରେ ନିକୋନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ବାରିପଦା ଷ୍ଟାଡିୟମ କନଫରେନ୍ସ ହଲରେ ଏକ ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି କାର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାକୁ ମୟୁରଭଂଜ ଫଟୋଗ୍ରାଫାର ଭିଡିଓ ଗ୍ରାଫାର ସଂଘର ସଭାପତି ସଂଜୀବ କୁମାର ଦ୍ୱିବେଦୀ, ସମ୍ପାଦକ ଭବାନୀ ଶଙ୍କର ରାମ, ନିକୋନ କମ୍ପାନୀ ତରଫରୁ ସୌମ୍ଯଜିତ ମୈତ୍ର, ଡେପୁଟି ମ୍ୟାନେଜର ସେଲସ ଦେବେଶ ମାଝୀ, ଏଜିଏମ ଦେବାଂଶୁ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ମଶାଳାକୁ ଉଦଘାଟନ କରିଥିଲେ । ଏହି କାର୍ମଶାଳା ରେ ୮୦ ରୁ ଉର୍ଦ୍ଧ୍ୱ ଫଟୋଗ୍ରାଫାର ଓ ଭିଡିଓ ଗ୍ରାଫାର ଯୋଗ ଦେଇ ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ପାଇଥିଲେ ତା ଛଡା ଫଟୋଗ୍ରାଫିକୁ ବୃତି କରି କିପରି ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ବିଶଦୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶେଷରେ ଜି. ଜାନକୀ ରାମ ଧନ୍ୟବାଦ ଅର୍ପଣ କରିଥିଲ।
