ଗାନ୍ଧୀଜୀଙ୍କ ବିଚାର ଧାରାକୁ ସମାଜରେ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି ବିଶିଷ୍ଟ ବ୍ୟକ୍ତିଙ୍କ ମତ ‘ଆହ୍ୱାନ’ ପକ୍ଷରୁ ୧୫୩ତମ ଗାନ୍ଦୀ ଜୟନ୍ତୀ ପାଳିତ
ଯାଜପୁର : ଗାନ୍ଧୀଜୀଙ୍କ ବିଚାର ଧାରାକୁ ଯୁବ ସମାଜ, ଛାତ୍ର ସମାଜ ତଥା ଭାରତବାସୀ ଆପଣେଇ ପାରିଲେ ଭାରତ ବର୍ଷରେ ରାମ ରାଜ୍ୟର ସ୍ୱପ୍ନ ସାକାର ହୋଇପାରିବ ବୋଲି ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ସାଂସ୍କୃତିକ ଅନୁଷ୍ଠାନ ‘ଆହ୍ୱାନ’ ପକ୍ଷରୁ ୧୫୩ତମ ଗାନ୍ଦୀ ଜୟନ୍ତୀ ପାଳନ ଅବସରରେ ଗୌମବୁଦ୍ଧ ସଂସ୍କୃତି ଭବନ ଠାରେ ଜୟନ୍ତୀ ସମାରୋହ ଅବସରରେ ଯଜ୍ଞପ୍ରଭାର ସମ୍ପାଦକ ପଣ୍ଡିତ ଭୂପତିଭୂଷଣ ମିଶ୍ର, ଯୋଗଦେଇ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗାନ୍ଧୀଜୀଙ୍କ ଅହିଂସା, ସ୍ୱଚ୍ଛତା ଏବଂ ଆତ୍ମନିର୍ଭରଶୀଳତା, ନିର୍ଭିକତାକୁ ଯୁବ ସମାଜ ଆପଣେଇ ପାରିଲେ ଏ ଦେଶ, ଏ ଜାତିର ଗାନ୍ଧୀବାଦୀ ବିଚାର ଧାରା ବଞ୍ôଚରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଆହ୍ୱାନର ସମ୍ପାଦକ ବିଶ୍ୱଜିତ ସାହୁ ଏହି ସଭାରେ ସଂଗଠନର ବିବରଣୀ ପାଠ କରିଥିଲେ । ମୁଖ୍ୟ ବକ୍ତାରୂପେ ସୁସାହିତ୍ୟିକ ତଥା ଧର୍ମଶାଳା ବ୍ଲକର ପୂର୍ବତନ ଚେୟାରମ୍ୟାନ ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ଗାନ୍ଧୀଜୀଙ୍କ ବିଚାରଧାରା କେବେ ଲୋପ ହୋଇପାରିବ ନାହିଁ । ଭାରତୀୟ ମାନଙ୍କର ହୃଦୟରେ ଗାନ୍ଧୀ ସବୁଦିନ ରହିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉତ୍ସବରେ ‘ଦିନଚର୍ଯ୍ୟା’ର ସମ୍ପାଦକ ତପନମହାରଣ୍ୟ ଶର୍ମା ସଭାପତିତ୍ୱ କରିଥିବା ବେଳେ ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ରାଜକିଶୋର ପଣ୍ଡା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ପ୍ର୍ରାୟ ଶତାଧିକ ଛାତ୍ରଛାତ୍ରୀ ପ୍ରଥମ ଦିବସରେ ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ଏବଂ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିନ ଗାନ୍ଧୀଜୀଙ୍କ ବିଚାରାଧାରାକୁ ନେଇ ବିଶ୍ୱଜିତ ସାହୁଙ୍କ ନିର୍ଦ୍ଦେଶିତ ‘ଆଲୁଅ ଲିଭିଗଲା’ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେଦାର ନାଥ, ଅକ୍ଷୟ କୁମାର ପୃଷ୍ଟି, ବିରଞ୍ôଚ ଧଳ, ତିଳୋତମା ଜେନା, ଗୀତା ରାଉତ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଗୀତାଞ୍ଜଳି ସାହୁ, ଅଜୟ ସାହୁ, ହରିସ୍ ଚନ୍ଦ୍ର ଧଳ, ନଟବର ଜେନା, ଗୌରାଙ୍ଗ ପାଣିଗ୍ରାହୀ, ତାପସ ଜେନା ଯୋଗ ଦେଇଥିଲେ । ଅଭିନୟରେ କଳାକାର ରୂପେ ପ୍ରିୟଙ୍କା ପ୍ରୀୟଦର୍ଶନି, ପ୍ରଜ୍ଞାପରମିତା ରାଉତ, ସନ୍ତୋଷ ଦାସ, ସବ୍ୟସାଚି ରାଉତରାୟ, ଜଗନ୍ନାଥ ମିଶ୍ର, ସୁନିଲକାନ୍ତ ମହାନ୍ତି, ଜିତେନ୍ଦ୍ର ବେହେରା, ଜୟନ୍ତ ବେହୁରିଆ, ଜୟଦେବ ରାଉତ, ରାଜୀବଲୋଚନ ପାତ୍ର, ତପନ ଜେନା, ପ୍ରମେୟ ଜେନା ପ୍ରମୁଖ ନାଟକରେ ଅଭିନୟ କରିଥିଲେ ।
