ମାଣିକଚକ ଦୁର୍ଗା ମନ୍ଦିରରେ କୁମାରୀ ପୂଜା
ଜଳେଶ୍ୱର : ମା ଦୁର୍ଗାଙ୍କ ନବମୀ ପୂଜା ଉପଲକ୍ଷେ ମ୍ୟୁନିସିପାଲଟିର ମାଣିକଚକ ଦୁର୍ଗା ମନ୍ଦିରରେ କୁମାରୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଗ୍ରାମର ୯ଜଣ ଛୋଟ ଛୋଟ ବାଳିକା ମାନଙ୍କୁ ମା ଦୁର୍ଗାଙ୍କ କୁମାରୀ ବେଶରେ ସଜାଯାଇ ସେମାନଙ୍କ ପାଦ ଧୌତ ପରେ ଚନ୍ଦନ, ପୁଷ୍ପ, ବସ୍ତ୍ର, ମାଲ୍ୟ ଆଦି ଅର୍ପଣ କରି ବ୍ରାହ୍ମଣଙ୍କ ମନ୍ତ୍ର ପାଠ ସହିତ ବନ୍ଧାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ନରେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ପୂଜକ ପଣ୍ଡିତ ସଂଗ୍ରାମ ମହାପାତ୍ର, ପୁର୍ଣ୍ଣେନ୍ଦୁ ପାଣିଗ୍ରାହୀ, ଫାଲ୍ଗୁନୀ ପାଣିଗ୍ରାହୀ, କେଦାର ଆଚାର୍ଯ୍ୟ ପ୍ରମୁଖ ମନ୍ତ୍ରପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନିରୁଦ୍ଧ ମଣ୍ଡଳ, ସୁଜାତା ମଣ୍ଡଳ, କ୍ରିଷ୍ଣା ବେହେରା, ଗୀତା ମାନ୍ନା, ସୃଷ୍ଟିଧର ବାରିକ, ମନୋରମା ବାରିକ, ବିଷ୍ଣୁ ତରେଇ, ବିଜଲୀ ତରେଇ, ବାସନ୍ତୀ ଚନ୍ଦ, ମାମା ତରେଇ ପ୍ରମୁଖ ପରିଚାଳନା କରିଥିଲେ ।
