ବରିଷ୍ଠ ନାଗରିକ ପରିଷଦର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ
ଜଳେଶ୍ୱର : ଜଳେଶ୍ୱର ବ୍ଲକର ୧୩ଟି ପଂଚାୟତକୁ ନେଇ ଗଠନ କରାଯାଇଥିବା ବରିଷ୍ଠ ନାଗରିକ ମଂଚର ୧୪ତମ ପ୍ରତିଷ୍ଠା ଦିନ ବୁଧବାର ଦିନ ଶାଳିକୋଠାଠାରେ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ସଂପାଦକ ପ୍ରଫେସର ସୁଧାଂଶୁ ଶେଖର ପ୍ରଧାନ ଅଧ୍ୟକ୍ଷତା କରି ବିଗତ ବର୍ଷର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଶଂକର୍ଶଣ ଭଂଜ ସାଇଭଜନ ପରିବେଷଣ କରିଥିବା ବେଳେ ଗଣେଶ ଚନ୍ଦ୍ର ପରିଡା ‘ଆମ ପରିଷଦର ତେର ବର୍ଷ ପୂର୍ତ୍ତି ଓ ତାର ଭବିଷ୍ୟତ’ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ଉପଦେଷ୍ଟା କାହ୍ନୁ ଚରଣ ମହାନ୍ତି ଯୋଗ ଦେଇ ସଂଗଠନକୁ ଅଧିକ ମଜବୁତ୍ କରିବା ସହିତ ଅଧିକ ପ୍ରସାର କାରିବା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଶିକାନ୍ତ ପ୍ରଧାନ, କେଦାର ଚରଣ ଗିରି, ଦେବେନ୍ଦ୍ର ନାଥ ଭୂୟାଁ, ଗଣେଶଚନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
