ଯାତ୍ରୀବାହୀ ବସ୍ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଜଳେଶ୍ୱର : ବୁଧବାର ଭୋର ସମୟରେ ଭୁବନେଶ୍ୱରରୁ ଉଦୟପୁର ଯାଉଥିବା ସାଇନାଥ ବସ୍ ୬୦ନଂ ଜାତୀୟ ରାଜପଥ ଜଳେଶ୍ୱର ନିକଟ ଜମାଳପୁର ବାଇପାସ୍ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଥିବା ସମସ୍ତ ପାସେଞ୍ଜର ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସମାନ୍ୟ ଆହତ ହୋଇ ଚିକିତ୍ସାଧିନ ରହିଛନ୍ତି । ଘଟଣାରୁ ପ୍ରକାଶ ବସ୍ଟି ଦ୍ରୁତ ବେଗରେ ଯାଉଥିବା ବେଳେ ଡ୍ରାଇଭର ବେପାରୁଆ ଗାଡି ଚାଳନା ଯୋଗୁଁ ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟଏକ ବସ୍ରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।
