ସର୍ପାଘାତରେ ଚାଷୀର ମୃତ୍ୟୁ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ କଳମା ପଂଚାୟତର କୁଳବଣିଆ ଗ୍ରାମର ଶ୍ୟାମସୁନ୍ଦର ସରେନ୍ (୨୬) ଗତକାଲି ଅପରାହ୍ନରେ ନିକଟସ୍ଥ ଚାଷଜମିକୁ କାମ କରିବାଲାଗି ଯାଇଥିଲେ । ସେଠାରେ ଏକ ବିଷଧର ସର୍ପ ଦଂଶନ କରିଥିଲା । ଖବର ପାଇ ସରପଂଚ ପ୍ରତିନିଧି ବିଶ୍ୱସାରଥି ଦତ୍ତ କେତେକ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କଲାପରେ ଜିକେ ଭଟ୍ଟର ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଛି । ଆଜି ତାଙ୍କ ମୃତ ଶରୀର ପରିବାର ଲୋକେ ପାଇବାପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସରପଂଚ ସୁବିନିତା ଦତ୍ତ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନ କରିଥିବା ଜଣାଯାଇଛି । ସୂଚନା ଯୋଗ୍ୟ ସେ ଅବିବାହିତ ଥିବାବେଳେ ପରିବାରର କେବଳ ଏକମାତ୍ର ବୃଦ୍ଧା ମାଆ ରହିଛନ୍ତି ।
