ନୀଳଗିରି : କଚେରୀ ବଜାର ଦୁର୍ଗାମଣ୍ଡପରେ ଦୁର୍ଗାଷ୍ଟମୀରେ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରତିଦିନ ୫ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ.ଏ.ସି.ରେଥିବା ବହୁ ପୁରାତନ ତଥା ୭୦ବର୍ଷର କଚେରୀ ବଜାର ଦୁର୍ଗା ମଣ୍ଡପରେ ଚଳିତ ବର୍ଷ ସୁନ୍ଦର ତୋରଣ ସାଂଗକୁ ମା’ଦୁର୍ଗାଙ୍କର ମୂତି ବେଶ ଶୋଭନୀୟ । ସୋମବାର ଦିନ ଉକ୍ତ ପୀଠରେଦୁର୍ଗାଷ୍ଟମୀ ପାଳିତ ହେଉଥିବା ବେଳେ ଝିପିଝିପି ବର୍ଷା ସତ୍ୱେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମାଗମ ଦେଖିବାକୁ ମିଳିଛି । ବ୍ରାହ୍ମଣମାନଙ୍କ ମନ୍ତ୍ର ପାଠରେ ଆଖପାଖ ପରିବେଶ ପ୍ରକମ୍ପିତ ହୋଇପଡ଼ିଥିଲା । ସକାଳେ ୭ଟା ଠାରୁ ଉକ୍ତ ମଣ୍ଡପରେ ଅଷ୍ଟମୀ ପାଇଁ ଉପାସକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି । ଦୁଇ ବର୍ଷ ଧରି କୋଭିଡ୍ କଟକଣା ପାଇଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ଦୁର୍ଗାପୂଜା ପାଳନ କରୁଛନ୍ତି । କମିଟିର ସଭାପତି ମନୋରଂଜନ ବିଶ୍ୱାଳ ତତ୍ୱାବଧାନରେ ୭୦ବର୍ଷ ଧରି ଉକ୍ତ ମଣ୍ଡପରେ ପୂଜା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଅଷ୍ଟମୀ ଓ ନବମୀରେ କମିଟି ପକ୍ଷରୁ ପ୍ରତିଦିନ ୫ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ୭୦ବର୍ଷ ଧରି ଉକ୍ତ ମଣ୍ଡପରେ ଦୁର୍ଗାପୂଜା ପାଳିତ ହୋଇଆସୁଅଛି ବୋଲି ସଭାପତି ମନୋରଂଜନ ବିଶ୍ୱାଳ ପ୍ରକାଶ କରିବା ସହ ପ୍ରଥମେ ସ୍ୱଳ୍ପ ଅର୍ଥରେ ପୂଜା ଆରମ୍ଭ କରାଯାଇଥିଲା । ଛୋଟବଡ଼ ଦୋକାନୀମାନଙ୍କ ଠାରୁ ବଟୀ ଆଦାୟ କରି ମାଆଙ୍କ ଦୟାରୁ ଆଜି ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ପହଂଚି ପାରିଛି । ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ମାଆଙ୍କର ଆର୍ଶୀବାଦ ପାଇଁ ସଫଳ ହୋଇପାରିଛି ବୋଲି ସଭାପତି ମନୋରଂଜନ ବିଶ୍ୱାଳ ସୂଚନା ଦେଇଛନ୍ତି । ଚଳିତବର୍ଷ ମନୋରମ ତରଣ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
