ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; କୋଡ଼ିଏ ହଜାର ଲିଟର ପୋଚ ଓ ଏକ ହଜାର ଲିଟର ଦେଶୀ ମଦ ଜବତ
ନୀଳଗିରି : ନୀଳଗିରି ଥାନା ଅଧୀନସ୍ଥ ପୁନ୍ଦାଳ ଅଂଚଳରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ଦିନ ନୀଳଗିରି ଏସ.ଡି.ପି.ଓ. ରୀତେଶ କୁମାର ମହାପାତ୍ର, ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢ଼ାଉ ପୁନ୍ଦାଳ ଅଂଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଫେରାର ହୋଇଥିବା ବେଳେ ଘଟଣାସ୍ଥଳରେ କୋଡ଼ିଏ ହଜାର ପୋଚ ନଷ୍ଟ କରାଯିବା ସହ ଏକ ହଜାରଲିଟର ଦେଶୀ ମଦ ଜବତ କରିଛନ୍ତି । ମଦ ରନ୍ଧାରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ମଧ୍ୟ ବିଭାଗ ପକ୍ଷରୁ ଜବତ କରାଯାଇଅଛି । ଏହି ଚଢ଼ାଉରେ ଇନିସପେକ୍ଟର ନାରାୟଣ ବେହେରା, ସବ୍ଇନିସ୍ପେକ୍ଟର ବିଶ୍ୱନାଥ ପରିଡ଼ା, ମୋବାଇଲ ସବ୍ଇନିସ୍ପେକ୍ଟର ସରୋଜ କୁମାର ଟିଗା, ଏ.ଏସ.ଆଇ. ଜୟମାଧବ ଦାସ ପଟ୍ଟନାୟକ ସାମିଲ ଥିଲେ ।
